ଭୁବନେଶ୍ୱର, ୧୭।୬(ବ୍ୟୁରୋ)/ ନୟାଗଡ଼ ଅଫିସ: ନୟାଗଡ଼ ଜିଲା ଭାପୁର ବ୍ଲକ୍ ଅନ୍ତର୍ଗତ ମହାନଦୀ ଗର୍ଭରେ ବୁଡ଼ି ରହିଛି ୫୦୦ବର୍ଷ ତଳର ଗୋପୀନାଥ ମନ୍ଦିର। ପାଣି ଉପରକୁ ମନ୍ଦିରର ଦଧିନଉତି ଦୃଶ୍ୟମାନ ହେଉଥିବାବେଳେ ମଙ୍ଗଳବାର ଏକ ବିଶେଷଜ୍ଞ ଟିମ୍ ସେଠାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଇଆଇଟି ଭୁବନେଶ୍ୱରର ଡ. ରାଜୀବ ଲୋଚନ ମିଶ୍ର, ଉତ୍ତରପ୍ରଦେଶ ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ ପ୍ରଫେସର ଅନୁପ ରଞ୍ଜନ ମିଶ୍ରଙ୍କ ସହ ଜିଲାପାଳ ପୋମା ଟୁଡୁ, ଡିଏଫ୍ଓ ଧନରାଜ ଏଚ୍ଡି, ଭାପୁର ବ୍ଲକ ବିଡିଓ ସତ୍ୟ ସୁନ୍ଦର ରାଉତ, ଉପାଧ୍ୟକ୍ଷ ଗୟାଧର ପରିଡ଼ା ପ୍ରମୁଖ ଡଙ୍ଗାରେ ମନ୍ଦିର ନିକଟକୁ ଯାଇଥିଲେ। ବହୁ ସମୟ ଧରି ମନ୍ଦିର ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା ବିଶେଷଜ୍ଞ ଟିମ୍। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଥିଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀ ଭିତରେ ମନ୍ଦିର ତିଆରି ହୋଇଥିଲା ନାଁ କାଳକ୍ରମେ ଏହା ପୋତି ହୋଇଯିବା ପରେ ଏହା ଉପରେ ନଦୀ ପ୍ରବାହିତ ହୋଇଥିଲା ଏଭଳି ଅନେକ ପ୍ରସଙ୍ଗକୁ ଖୋଜି ପାଇବାକୁ ଲାଗିଛି ବିଶେଷଜ୍ଞ ଟିମ୍।
ସେପଟେ ଗ୍ରାମବାସୀମାନେ ଏହି ମନ୍ଦିରର ପୁନରୁଦ୍ଧାର କରିବା ସହିତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଦାବି କରୁଛନ୍ତି। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ବର୍ତ୍ତମାନ ପାଣି ଅଧିକ ହୋଇଯାଇଛି। ସେମିତି କିଛି କରିହେବ ନାହିଁ। ତଥାପି ଜିଲା ପ୍ରଶାସନ ପକ୍ଷରୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ। ଏନେଇ ସରକାରଙ୍କ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଇନ୍ଟାକ୍ ପକ୍ଷରୁ ଏହି ମନ୍ଦିରକୁ ଠାବ କରାଯାଇଥିଲା। ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ତଥା ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ତାହା ବହୁ ପୁରାତନର ବୋଲି ଜଣାପଡ଼ିଛି।
ମହାନଦୀରେ ଗୋପୀନାଥ ମନ୍ଦିର ଦଧିନଉତି ଦୃଶ୍ୟମାନ ଘଟଣା: ମନ୍ଦିରର ସ୍ଥିତି ଅନୁଧ୍ୟାନ ସହ ନମୁନା ନେଲେ ବିଶେଷଜ୍ଞ ଟିମ୍
Posted inଆମ ଜିଲା ଖବର, ନୟାଗଡ଼, ରାଜ୍ୟ View All
‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍
କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...
ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍ ଚାଳକ ଗିରଫ
କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...
୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ
ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...
ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…
ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...
ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି
ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...
ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ
ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍ଏସି...
ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...
ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି
ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...
Archives


