Posted inକଟକ

ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ ସଦର,୨୯ା୩(ଡି.ଏନ୍‌.ଏ.)- କିଶନ ନଗର ଥାନା ଅନ୍ତର୍ଗତ କିଶୋର ନଗର ବଜାର ନିକଟସ୍ଥ ମହାନଦୀରୁ ରବିବାର ସକାଳେ ଜଣେ ଯୁବକ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ସ୍ଥାନୀୟ ଅଞ୍ଚଳର ବିଶ୍ୱନାଥ ନନ୍ଦୀ। ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚତ୍ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ଏ ନେଇ ପୋଲିସ ନଂ.୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ବିଶ୍ୱନାଥ ଶନିବାର ରାତିରେ ଘରକୁ ଫେରି ନ ଥିଲେ। ରବିବାର ସକାଳେ ଗଁା ଲୋକେ ଗାଧୋଇବାକୁ ନଦୀକୁ ଯାଇଥିବାବେଳେ ବିଶ୍ୱନାଥଙ୍କ ପ୍ୟାଣ୍ଟ ଶାର୍ଟ ବାହାରେ ଥିବା ଦେଖିଥିଲେ। କିନ୍ତୁ ଲୋକେ ଗାଧୋଉଥିବାବେଳେ ତାଙ୍କ ମୃତଦେହ ଦେଖିଥିଲେ। ପରେ ପୋଲିସ ଓ ପରିବାର ଲୋକଙ୍କୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ରଘୁନାଥପୁର ଅଗ୍ନିଶମ ବିଭାଗକୁ କହିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ବିଶ୍ୱନାଥଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ବ୍ୟଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ବାମଦେବ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri