ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମଧ୍ୟରେ ସାଭରକରଙ୍କ ନାଁ ଥିଲା: ଦିଗ୍‌ବିଜୟ

ନୂଆଦିଲ୍ଲୀ,୧୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଥିଲା। ଆଉ ଏଥିରେ କୁହାଯାଇଥିଲା କି ମହାରାଷ୍ଟ୍ରରେ ଯଦି ଭାଜପା ଶାସନ କ୍ଷମତାକୁ ଆସେ ତେବେ ଭାରତ ରତ୍ନ ପାଇଁ ଭିର ସାଭରକରଙ୍କ ନାଁ କେନ୍ଦ୍ରକୁ ପ୍ରସ୍ତାବ ପଠାଇବ। ଏହାପରେ ଦେଶର ପ୍ରମୁଖ ବିରୋଧୀମାନେ ଭାଜପାକୁ ଘେରି ଯାଇଛନ୍ତି। ଏବେ ଏହାକୁ ନେଇ ବିରୋଧୀ କଂଗ୍ରେସ ମଧ୍ୟ ଭାଜପାକୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂ କହିଛନ୍ତି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ଯେଉଁମାନେ ହତ୍ୟା କରିଥିଲେ ସେମାନଙ୍କ ମଧ୍ୟରେ ଭିର ସାଭରକରଙ୍କ ନାଁ ରହିଛି। ତେଣୁ ଏଭଳି ଜଣେ ବ୍ୟକ୍ତିଙ୍କୁ ଭାରତ ରନ୍ନ ଦେବାଲାଗି ଭାଜପା କିଭଳି ପ୍ରସ୍ତାବ ଦେଉଛି ବୋଲି ଦିଗ୍‌ବିଜୟ କହିଛନ୍ତି।

Share