Posted inଫୁରସତ

ମହାକାଶ ବୈଜ୍ଞାନିକଙ୍କ ଅନ୍ଧବିଶ୍ୱାସ: ରାହୁ କାଳ ଓ ୧୩ ଅଶୁଭ

ଚେନ୍ନାଇ, ୨୧।୭: ଇଣ୍ଡିଆନ ସ୍ପେସ୍‌ ଏଜେନ୍ସି ମହାକାଶକୁ ରକେଟ୍‌ ଓ ସାଟେଲାଇଟ ପଠାଉଛି , କିନ୍ତୁ ଏହା ପଛରେ କିଛି ଅନ୍ଧବିିଶ୍ୱାସ ଯୋଡ଼ିି ହୋଇ ରହିଛି ବୋଲି ଇଣ୍ଡିଆନ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି। ରାହୁ କାଳରେ କେବେ ବି ଇସ୍ରୋ ତା’ର ରକେଟ ଫ୍ଲାଇଟ୍‌ ପାଇଁ ଯୋଜନା ବା କାମ ଆରମ୍ଭ କରେନାହଁି। ଇଣ୍ଟର ପ୍ଲାନେଟାରି ମିଶନ୍‌ରେ ରକେଟ୍‌ ଉତ୍‌କ୍ଷେପଣର ମାହେନ୍ଦ୍ର ବେଳା ଉପରେ ଗୁରୁତ୍ୱ ଦିଆଯାଏନି, ବରଂଯେଉଁ ସମୟରେ ଯାନ କକ୍ଷରେ ଅବସ୍ଥାପିତ ହେବ ସେହି ସମୟ ଭଲ କି ନାହଁି ତାହା ଦେଖାଯାଏ। ପ୍ରତି ରକେଟ ମିଶନରେ ଇସ୍ରୋର ଅଧିକାରୀମାନେ ତିରୁମାଲ୍ଲାର ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରାର୍ଥନା କରିବା ସହ ପ୍ରଭୁଙ୍କ ପାଦତଳେ ରକେଟର ଏକ ପ୍ରତିକୃତି ରଖିଥାନ୍ତି। ଏଇ କିଛି ବର୍ଷ ହେବ ଶ୍ରୀହରିକୋଟା ନିକଟରେ ବିଭିନ୍ନ ମନ୍ଦିରକୁ ବହୁ ଅଧିକାରୀ ଓ ତାଙ୍କ ଜୁନିଅରମାନେ ମିଶନର ସଫଳତା ଲାଗି ପ୍ରାର୍ଥନା କରିବାକୁ ଯାଉଛନ୍ତି। ରକେଟର ବିଭିନ୍ନ ଷ୍ଟେଜ୍‌ ଇଣ୍ଟିଗ୍ରେସନ ଆରମ୍ଭ କରିବା ପୂର୍ବରୁ ବି ପୂଜା କରାଯାଏ। ଏମିତିକି ରକେଟ ଉତ୍‌କ୍ଷେପଣ ଦିନ ଜଣେ ପ୍ରୋଜେକ୍ଟ ଡାଇରେକ୍ଟର ସବୁବେଳେ ନୂଆ ଶାର୍ଟ ପିନ୍ଧନ୍ତି ବୋଲି କହନ୍ତି ଜଣେ ରକେଟ ସାଇଣ୍ଟିଷ୍ଟ୍‌।
ଇଣ୍ଡିଆନ ସ୍ପେସ୍‌ ଏଜେନ୍ସି ସଂଖ୍ୟା ୧୩କୁ ଅଶୁଭ ମାନେ। ପୋଲାର ସାଟେଲାଇଟ ଲଞ୍ଚଆ ଭେହିକଲ (ପି ଏସ୍‌ଏଲଭି)-ସି୧୨ ପରେ (ପିଏସ୍‌ଏଲଭି)-ସି୧୪ ଲଞ୍ଚ କରାଗଲା,କିନ୍ତୁ ପିଏସ୍‌ଏଲଭି -ସି୧୩ ଏହି କ୍ରମରେ ଆସିନାହଁି। ଏହାର କାରଣ ସଂଖ୍ୟା ୧୩ ହୋଇପାରେ ବୋଲି କୁହାଯାଇପାରେ। ଇସ୍ରୋର ଅଧିକାରୀମାନେ ବି ଏସଂକ୍ରାନ୍ତରେ କିଛି କହିନହାନ୍ତି। ଆପୋଲୋ-୧୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ବିଫଳ ହେବା ପରେ ଆମେରିକାନ ସ୍ପେସ୍‌ ଏଜେନ୍ସି କେବେ ବି କୌଣସି ମିଶନକୁ ଏହି ସଂଖ୍ୟାରେ ରଖିନାହଁି। କିନ୍ତୁ ସବୁ ପରମ୍ପରାକୁ ଭାଙ୍ଗି ୪୫୦ କୋଟିର ମାର୍ସ ଆର୍ବିଟର ମିଶନ ମଙ୍ଗଳବାର ଉତ୍‌କ୍ଷେପଣ କରାଯାଇଥିଲା । ମଙ୍ଗଳବାର ଶୁଭ ନୁହେଁ ବୋଲି ଇସ୍ରୋର ଜଣେ ଅଧିକାରୀ କହୁଥିବାବେଳେ ମାର୍ସ ଆର୍ବିଟର ମିଶନ ସହ ଜଡିତ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହନ୍ତି ମଙ୍ଗଳବାର ପୂରା ଶୁଭ। କିନ୍ତୁ ଇସ୍ରୋର ମୁଖ୍ୟଙ୍କ ମତରେ ଏହି ସବୁ ବିଶ୍ୱାସ ପୂରା ବ୍ୟକ୍ତିଗତ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri