ମହାକାଶରେ ୩୨୮ ଦିନ ବିତାଇ ପୃଥିବୀକୁ ଫେରିଲେ କ୍ରିଷ୍ଟିନା କୋଚ୍‌

ଓ୍ବାଶିଂଟନ,୬।୨: ମହାକାଶରେ ଅଧିକ ଦିନ ରହି ରେକର୍ଡ କରିଥିବା ଆମେରିକାର ମହାକାଶ ଯାତ୍ରୀ କ୍ରିଷ୍ଟିନା କୋଚ୍‌ ପୃଥିବୀକୁ ଫେରିଛନ୍ତି। ସେ ମହାକାଶରେ ୩୨୮ ଦିନ ବିତାଇ ରେକର୍ଡ କରିଛନ୍ତି। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। କ୍ରିଷ୍ଟିନା କୋଚ୍‌ଙ୍କ ସହିତ ୟୁରୋପୀୟ ମହାକାଶ ଏଜେନ୍ସିର ମହାକାଶ ଯାତ୍ରୀ ଲକା ପରମିତାନୋ ଏବଂ ରୁଷିଆର ଆଲେକଜାଣ୍ଡାର ସ୍କୋଭରତ୍ସୋବ ମଧ୍ୟ ଫେରିଆସିଛନ୍ତି।ଋ଼ୁରୁବାର ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୨୦ରେ ସେମାନେ ଫେରିବା ଆରମ୍ଭ କରିଥିଲେ। ୩ ଘଣ୍ଟା ୨୨ ମିନିଟ୍‌ ପରେ ଅପରାହ୍ନ ୨ଟା ୪୨ରେ କାଜାକସ୍ତାନର ଜେଜ୍କାଜ୍ଗନ ସହରର ଦକ୍ଷିଣ ପୂର୍ବରେ ଭୂପୃଷ୍ଠରେ ପାଦଦେଇଛନ୍ତି। କ୍ରିଷ୍ଟିନା ୨୦୧୯ ମାର୍ଚ୍ଚ ୧୪ରେ ମହାକାଶ ଯାତ୍ରା କରିଥିଲେ ବୋଲି ନାସା ପକ୍ଷରୁ କୁହାଯାଇଛି।

Share