ମହାକାଶରେ ପୁରୁଷଙ୍କ ବିନା ମହିଳା ହେବେ ସନ୍ତାନ ସମ୍ଭବା: ମଙ୍ଗଳରେ ମଣିଷ ଜନସଂଖ୍ୟା ବୃଦ୍ଧିରେ ହେବ ସହାୟକ

ଓ୍ବାଶିଂଟନ,୨୪।୬: ମହାକାଶରେ ପୁରୁଷଙ୍କ ବିନା ମହିଳା ସନ୍ତାନ ସମ୍ଭବା ହୋଇପାରିବେ। ଏହାଦ୍ୱାରା ଏବେ କେବଳ ଶୁକ୍ରାଣୁର ଉପଯୋଗ କରାଯାଇ ମହାକାଶରେ ଥିବା ମହିଳା ସନ୍ତାନଙ୍କୁ ଜନ୍ମ ଦେଇପାରିବେ। ୟୁରୋପିଆନ୍‌ ସୋସାଇଟି ଅଫ୍‌ ହ୍ୟୁମାନ୍‌ ରିପ୍ରଡକ୍‌ସନ୍‌ ଆଣ୍ଡ୍‌ ଏମ୍ବ୍ରିୟୋଲୋଜିର ବାର୍ଷିକ ବୈଠକରେ ଏନେଇ ସୂଚନା ଦିଆଯାଇଛି। ମହାକାଶରେ ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତିରେ ଶୁକ୍ରାଣୁ ସୁରକ୍ଷିତ ରହିପାରିଥାଏ। ଏହାଦ୍ୱାରା ମହିଳା ମହାକାଶଚାରୀଙ୍କୁ ସନ୍ତାନ ସମ୍ଭବା କରାଯାଇପାରିବ। ଏପରି ହେଲେ ମଙ୍ଗଳ ମାନବ ମିଶନକୁ ସହାୟତା ମିଳିବ। ମହିଳା ମହାକାଶଚାରୀ ମଙ୍ଗଳରେ ବିନା ପୁରୁଷଙ୍କ ସହାୟତାରେ ସନ୍ତାନ ଜନ୍ମଦେଇ ସେଠାକାର ଜନସଂଖ୍ୟା ବୃଦ୍ଧି କରାଯାଇ ପାରିବ। ପୂର୍ବରୁ ମଧ୍ୟ ଅନୁମାନ କରାଯାଉଥିଲା ଯେ, ନାସାର ମଙ୍ଗଳ ମାନବ ମିଶନରେ ମହିଳା ମହାକାଶଚାରୀଙ୍କ ଅଧିକ ସଂଖ୍ୟାରେ ସାମିଲ୍‌ କରାଯିବ। ତେବେ ଏନେଇ ଅଧିକ ଆଲୋଚନା କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

Share