ମହର୍ଷି କଲେଜ ନିକଟରେ ନିଶାସକ୍ତଙ୍କ ଆତଙ୍କ ଘଟଣା: ୩ ଦିନ ପରେ ବି ପୋଲିସ ହାତ ଖାଲି

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଶହୀଦନଗର ଥାନା ଅଧୀନ ମହର୍ଷି କଲେଜ ନିକଟରେ ଗତ ବୁଧବାର ସନ୍ଧ୍ୟାରେ ୧୫ରୁ ଊର୍ଦ୍ଧ୍ୱ ନିଶାସକ୍ତ ଯୁବକ ଆତଙ୍କ ଖେଳାଇଥିଲେ। ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଏଥିସହ ବିରୋଧ କରୁଥିବା ବ୍ୟକ୍ତିଙ୍କ ବାଇକ ଓ କାର୍‌କୁ ମାଡ ମାରି ଭଙ୍ଗାରୁଜା କରିଥିଲେ। ସେହିପରି ଚର୍ଚ୍ଚରୁ ଫେରୁଥିବା କେତେଜଣ ଯୁବକଙ୍କୁ ମାଡ଼ ମାରି ଫେରାର ହୋଇଯାଇଥିଲେ। ଶୁକ୍ରବାର ଏହି ଘଟଣାକୁ ୩ଦିନ ବିତିଲା। ହେଲେ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ଏ ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ପଦ୍ମଚରଣ ଭଟ୍ଟ କହିଛନ୍ତି, ଅଭିଯୋଗକାରୀମାନେ ଯେଉଁ ବାଇକ ନମ୍ବର ଦେଇଥିଲେ ତାହାର କୌଣସି ପତ୍ତା ମିଳୁ ନାହିଁ। ମହର୍ଷି କଲେଜ ନିକଟରେ ସିସିଟିଭି ନ ଥିବାରୁ ମାରପିଟ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇନାହିଁ। ଫଳରେ ପୋଲିସ ଅଭିଯୁକ୍ତମାନଙ୍କ ପତ୍ତା ପାଇପାରି ନାହିଁ। ତେବେ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବକମାନଙ୍କୁ କିଏ ଓ କାହିଁକି ମାଡ଼ ମାରିଲା ତାହା ଜଣା ନ ପଡ଼ିିବାରୁ ସେମାନେ ଭୟଭୀତ ଅବସ୍ଥାରେ ରହିଥିବା ଗଣମାଧ୍ୟମକୁ କହିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ସେମାନଙ୍କ ଦୌରାତ୍ମ୍ୟ ବଢିବା ସହ ଅନେକ ସାଧାରଣ ଜନତା ପୁଣି ଆକ୍ରମଣର ଶୀକାର ହେବାର ଆଶଙ୍କା ରହିଛି। ପୋଲିସ କୌଣସିି ଚାପରେ ରହି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେଣୁ ଉପଯୁକ୍ତ ତଦନ୍ତ କରି ନ୍ୟାୟ ଦିଆଯାଉ ବୋଲି ଅଭିଯୋଗକାରୀ ପୁଲକ ଓ ଦୀପୁ ଗଣମାଧ୍ୟମରେ କହିଛନ୍ତି। ଏ ନେଇ ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତି କହିଛନ୍ତି, ଅଭିଯୁକ୍ତମାନଙ୍କୁ କୌଣସି ପ୍ରକାର କ୍ଷମା ଦିଆଯିବ ନାହିଁ। ଏହି ଘଟଣାରେ ପୋଲିସ ଏକ କେସ୍‌ (ନଂ. ୬୯୫/୧୯) ରୁଜୁ କରିବା ସହ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri