ମହଙ୍ଗା ପଡିବ ଜାତିସଂଘରେ ପାକିସ୍ତାନକୁ ସମର୍ଥନ ;ସେପ୍ଟେମ୍ବରରୁ ଚାଇନା ସାମଗ୍ରୀ ବର୍ଜନର ରାଷ୍ଟ୍ରୀୟ ଅଭିଯାନ

ନୂଆଦିଲ୍ଲୀ,୧୯-୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପାର୍ଲାମେଣ୍ଟ ଉଚ୍ଛେଦ କରିଛି। ଏହି ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ପାକିସ୍ତାନ ଚାଇନାର ଶରଣ ପଶିଥିଲା। ଇସ୍‌ଲାମାବାଦ୍‌ର ଅନୁରୋଧକ୍ରମେ ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ଏହି ମାମଲା ଉଠାଇଥିଲା। ତେବେ ସୁରକ୍ଷା ପରିଷଦରେ ପାକିସ୍ତାନ ଓ ଚାଇନାର ଷଡ଼ଯନ୍ତ୍ର ଫସର ଫାଟିଛି। କିନ୍ତୁ ପାକିସ୍ତାନକୁ ସମର୍ଥନ ଜଣାଇବା ଏବେ ଚାଇନା ପାଇଁ ମହଙ୍ଗା ହେବାକୁ ଯାଉଛି। ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ପରେ ଚାଇନା ଏବେ ଦେଶର ବଡ଼ ଶତ୍ରୁ ହୋଇ ଛିଡା ହୋଇଛି। ଏହାକୁ ନେଇ ଦେଶର ବ୍ୟବସାୟୀ ଓ ନାଗରିକଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି। ଚାଇନା ସାମଗ୍ରୀ ବର୍ଜନ ପାଇଁ ବ୍ୟବସାୟୀମାନେ ପୁନର୍ବାର ଏକାଠି ହେଲେଣି। କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ଦେଶର ସମସ୍ତ ଛୋଟବଡ଼ ବ୍ୟବସାୟୀଙ୍କୁ ପୁନର୍ବାର ସାରା ଦେଶରେ ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଦେଇଛି। ଏହି ପ୍ରସଙ୍ଗରେ ଆସନ୍ତା ୨୯ରେ ସିଏଆଇଟି ଆହ୍ବାନକ୍ରମେ ସାରା ଦେଶର ବ୍ୟବସାୟୀ ସଂଘ ପ୍ରତିନିଧିଙ୍କୁ ନେଇ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ସେପ୍ଟେମ୍ବର ପହିଲାରୁ ଦେଶରେ ଏଥିଲାଗି ଏକ ରାଷ୍ଟ୍ରୀୟ ଅଭିଯାନ ଆରମ୍ଭ କରାଯିବ।

ସିଏଆଇଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ସି. ଭରତିୟା ଏବଂ ରାଷ୍ଟ୍ରୀୟ ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି ଯେ, ପ୍ରତି ମାମଲାରେ ପାକିସ୍ତାନକୁ ସମର୍ଥନ କରିବା ଚାଇନାର ଅଭ୍ୟାସରେ ପରିଣତ ହେଲାଣି। ବେଜିଂ ସର୍ବଦା ଭାରତ ବିପକ୍ଷରେ ନିଷ୍ପତ୍ତି ନେଉଛି। ଏବେ ସମୟ ଆସିଗଲାଣି ଆମକୁ ଚାଇନା ସାମଗ୍ରୀ ପ୍ରତି ନିର୍ଭରଶୀଳତା କମାଇବାକୁ ହେବ। ଆର୍ଥିକ ବର୍ଷ ୨୦୧୭-୧୮ରେ ଚାଇନାରୁ ପ୍ରାୟ ୯୦ ବିଲିୟନ ଡଲାର ସାମଗ୍ରୀ ଆମଦାନୀ ହୋଇଥିଲା। ପଡୋଶୀ ଦେଶ ସହ ଭାରତର ବାଣିଜ୍ୟ ନିଅଣ୍ଟ ପରିିମାଣ ଦେଶର ମୋଟ ନିଅଣ୍ଟର ପ୍ରା୍ରୟ ୪୦% ରହିଛି। ଏହା ଦର୍ଶାଉଛି ଯେ, ଚାଇନା ପାଇଁ ଭାରତ ଏକ ବିଶାଳ ବଜାର ହୋଇଛି। ନିଜର ଆର୍ଥିକ ସ୍ବାର୍ଥ ଦୃଷ୍ଟିରୁ ଭାରତକୁ ଚାଇନା ସମର୍ଥନ ଦେବା କଥା। କିନ୍ତୁ କୌଣସି ତର୍କସଙ୍ଗତ କାରଣ ନ ଥାଇ ପ୍ରତି କ୍ଷେତ୍ରରେ ଏହି ଦେଶ ସର୍ବଦା ପାକିସ୍ତାନକୁ ସମର୍ଥନ ଜଣାଇ ଆସୁଛି। ଏଣୁ ଦେଶର ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ଚାଇନା ସାମଗ୍ରୀ ବର୍ଜନ କରିବା ଲାଗି ବ୍ୟବସାୟୀ ଓ ଆମଦାନୀକାରୀଙ୍କୁ ପଦକ୍ଷେପ ନେବାର ସମୟ ଆସିଯାଇଛି ବୋଲି ସେମାନେ କହିଛନ୍ତି।

ଚାଇନା ସାମଗ୍ରୀ ଉପରେ ୫୦୦% ଶୁଳ୍କ ଲାଗୁ
ଚାଇନା ସାମଗ୍ରୀ ବହିଷ୍କାର କରିବା ଲାଗି ଆହ୍ବାନ ଦେଇଥିବା ସିଏଆଇଟି ଏବେ ସେଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୩୦୦ରୁ ୫୦୦ ପ୍ରତିଶତ ଆମଦାନୀ ଶୁଳ୍କ ଧାର୍ଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛି। ସେହିପରି ସ୍ବଳ୍ପ ବିକଶିତ ଦେଶ ସହିତ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତିର ପୁନର୍ବିଚାର କରିବାକୁ ଆହ୍ବାନ ଦିଆଯାଇଛି। କାରଣ ସେହି ଦେଶ ମାଧ୍ୟମରେ ବହୁ ସଂଖ୍ୟାରେ ଚାଇନା ସାମଗ୍ରୀ ଭାରତରେ ପ୍ରବେଶ କରୁଛି। ଏଭଳି ସ୍ଥିତିରେ ଆଣ୍ଟି ଡମ୍ପିଂ ବା ଆମଦାନୀ ଶୁଳ୍କ ବୃଦ୍ଧିର ଫଳ କିଛି ମିଳିବ ନାହିଁ। ସେହିପରି ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସାମଗ୍ରୀ ଉତ୍ପାଦନ ପାଇଁ ସ୍ଥାନୀୟ ଲଘୁ ଉଦ୍ୟୋଗଗୁଡିକ ଲାଗି ଏକ ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ସରକାର ଆଗଭର ହେବାକୁ ସିଏଆଇଟି କହିଛି। ଖେଳଣା ଭଳି ଲଘୁ ଉଦ୍ୟୋଗ ଲାଗି ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଚିପ୍ସ,ମୋଟର ସହିତ ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀର ନିର୍ମାଣ ଦେଶରେ ହେବା ଆବଶ୍ୟକ ବୋଲି କୁହାଯାଇଛି।

ବଢ଼ୁଛି ଚାଇନା ସାମଗ୍ରୀର ଚୋରାକାରବାର
ଭାରତୀୟ ଉଦ୍ୟୋଗ ଉପରେ ଚାଇନା ସାମଗ୍ରୀର ପ୍ରଭାବ ସମ୍ପର୍କରେ ନରେଶ ଗୁଜରାଲଙ୍କ ଅଧ୍ୟକ୍ଷତାରେ ଗଠିତ ବାଣିଜ୍ୟ ସମ୍ପର୍କିତ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ଗତବର୍ଷ ଜୁଲାଇରେ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେଇଥିଲେ ବୋଲି ଖଣ୍ଡେଲଓ୍ବାଲ ପ୍ରକାଶ କରିଛନ୍ତି। ଚାଇନା ସାମଗ୍ରୀ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲାଗୁ ହେବା ଉଚିତ୍‌ ବୋଲି ରିପୋର୍ଟରେ ସୁପାରିଶ କରାଯାଇଥିଲା। ଚୋରାଚାଲାଣ ବୃଦ୍ଧି ପାଉଥିବା ଏଥିରେ ଦର୍ଶାଯାଇଥିଲା ଏବଂ ଏହାକୁ ରୋକିବା ଲାଗି ପଦକ୍ଷେପ ନେବାକୁ ସୁପାରିସ୍‌ରେ କୁହାଯାଇଥିଲା। ୨୦୧୬-୧୭ରେ ଚାଇନାରୁ ୧୦୨୪ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା। ବର୍ଷକୁ ବର୍ଷ ଏହି ପରିମାଣ ବଢ଼ିବାରେ ଲାଗିଛି। ଅସଂଗଠିତ କ୍ଷେତ୍ରରେ ନିମ୍ନ ଗୁଣବତ୍ତାର ଚାଇନା ସାମଗ୍ରୀ ଭରି ହୋଇ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଏକ୍ଷେତ୍ରରେ ସ୍ଥାନୀୟ ଲଘୁ ଉଦ୍ୟୋଗ ଉଚ୍ଚ ଗୁଣବତ୍ତାର ସାମଗ୍ରୀ ଉତ୍ପାଦନ କରୁଥିଲେ ହେଁ ସେଗୁଡ଼ିକ ଚାଇନା ମାଲ୍‌ଠାରୁ ମୂଲ୍ୟ ଦୃଷ୍ଟିରୁ ଅଧିକ ହେଉଛି। ଏହି କାରଣରୁ ଘରୋଇ ଏମ୍‌ଏସ୍‌ଏମ୍‌ଇଙ୍କୁ ପ୍ରୋତ୍ସାହନ ଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri