Categories: ଜାତୀୟ

ମସ୍ତିଷ୍କ ଜ୍ୱରରେ ଗଲାଣି ୧୫୧ ଶିଶୁଙ୍କ ଜୀବନ: ଏବେ ଘାରିଛି ଶିଶୁ ବିକଳାଙ୍ଗ ହେବାର ଡର

ପାଟଣା, ୨୦।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଏହି ରୋଗରେ ଏପର୍ଯ୍ୟନ୍ତ ୧୫୧ ଶିଶୁଙ୍କ ପ୍ରାଣ ଗଲାଣି। ୩୦୦ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏବେ ଏହି ଜବ୍ରରେ ପୀଡିତ ଥିବା ଶିଶୁ ବିକଳାଙ୍କ ହୋଇପାରନ୍ତି ବୋଲି ଏମ୍ସ ଡାକ୍ତରମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଭୀଷଣ ଜ୍ୱର କାରଣରୁ ଶିଶୁଙ୍କ ମସ୍ତିଷ୍କ ଉପରେ ଗୁରୁତର ପ୍ରଭାବ ପଡୁଛି। ତେଣୁ ଶିଶୁଙ୍କ କାଉସିଲିଂ କରିବା ଆବଶ୍ୟକ ବୋଲି ଡାକ୍ତରମାନେ କହିଛନ୍ତି।

Share