Categories: ଫୁରସତ

ମସାୟୋଶୀ ମାସୁମୋତୋଙ୍କ ବେଲୁନ୍‌ କାରିଗରି

ଛୋଟ ପିଲାଙ୍କର ବେଲୁନ୍‌ ବହୁତ ପସନ୍ଦ ଥାଏ। ତା’ସହ ଖେଳିଲେ ସେମାନଙ୍କୁ ଖୁସି ମିଳିଥାଏ। ଏବେ ଏହି ବେଲୁନ୍‌କୁ ନେଇ ଜଣେ କଳାକାର ଏଭଳି ସବୁ ଜିନିଷ ତିଆରି କରିଛନ୍ତି, ଯାହା ଛୋଟ ପିଲାଙ୍କ ସହ ବଡ଼ମାନଙ୍କୁ ବି ବହୁତ ଭଲ ଲାଗୁଛି। ବେଲୁନ୍‌କୁ ମୋଡି ତାକୁ ସେ ବିଭିନ୍ନ ପଶୁପକ୍ଷୀ, କିଟପତଙ୍ଗ, ନାରୀ, ପୁରୁଷ ଓ କଣ୍ଢେଇ ଭଳି ରୂପ ଦେଇଥାଆନ୍ତି। ଆଉ ସେଗୁଡିକ ହୋଇଥାଆନ୍ତି ବେଶ୍‌ ଜୀବନ୍ତ। ଏହି କଳାକାର ଜଣକ ହେଉଛନ୍ତି ଜାପାନର ୨୫ ବର୍ଷୀୟ କେମିକାଲ୍‌ ଇଞ୍ଜିନିୟର୍‌ ମସାୟୋଶୀ ମାସୁମୋତୋ। ତାଙ୍କୁ ବେଲୁନ୍‌ରେ ଜୀବଜନ୍ତୁ କରିବା ପାଇଁ ୬ ଘଣ୍ଟା ସମୟ ଲାଗିଥାଏ। କାରଣ ଏହାକୁ ତିଆରି କରିବା ଆଦୌ ସହଜ ନୁହେଁ। ଏଥିପାଇଁ ସେ ଅଠା, ମାର୍କିଂ ପେନ୍‌, ଷ୍ଟିକର୍‌, ଟେପ୍‌ର ବ୍ୟବହାର ବି କରି ନ ଥାଆନ୍ତି। ବରଂ ତାକୁ ବିଭିନ୍ନ ପ୍ରକାରରେ ମୋଡି ନିଖୁଣଭାବେ ତିଆରି କରନ୍ତି। ଆଖି, ଗୋଡ, ହାତ ସହ ଜୀବଜନ୍ତୁଙ୍କର ଲାଞ୍ଜ, କୀଟପତଙ୍ଗଙ୍କ ମୁଣ୍ଡରେ ଥିବା ଆଣ୍ଟିନାକୁ ବି ସେ ବେଶ୍‌ ସୁନ୍ଦର ଭାବେ ତିଆରି କରିଥାଆନ୍ତି। ଏବେ ମାସୁମୋତା ଏହି କଳାକୁ ଆହୁରି ଆଗକୁ ବଢାଇବାର ଲକ୍ଷ୍ୟ ରଖିଛନ୍ତି। ଆଉ ଅଧିକରୁ ଅଧିକ ବେଲୁନ୍‌ ସ୍ଥାପତ୍ୟ ତିଆରି କରୁଛନ୍ତି।

Share