ମଲିପଶି ଭଲିବଲ୍‌ ଟୁର୍ନାମେଣ୍ଟ: ପଣ୍ଡୁଆ ଚାମ୍ପିୟନ

ଢେଙ୍କିକୋଟ,୬।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ମଶୁଆରୀ ପଞ୍ଚାୟତ ଅଧୀନ ମଲିପଶି ଗ୍ରାମରେ ଉଦ୍ୟେକ୍ତା ହରିହର ରଣାଙ୍କ ନେତୃତ୍ୱରେ ରବିବାର ଦିନିକିଆ ଭଲିବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ସରପଞ୍ଚ ଉମାମଣି ଦାସ, ୨୩ ନଂ. ଜୋନ ଜିଲାପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାୟକ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଟୁର୍ନାମେଣ୍ଟରେ ଜିଲା ତଥା ଜିଲା ବାହାରୁ ୬ଟି ଟିମ୍‌ ଅଂଶ ଗ୍ରହଣ କରିଥିଲେ। ଟୁର୍ନାମେଣ୍ଟ ଦିନ ୧୧ ଟାରୁ ଆରମ୍ଭ ହୋଇ ରାତି ୧୨ ଟାରେ ଶେଷ ହୋଇଥିଲା। ଏଥିରେ ପଣ୍ଡୁଆ ଟିମ୍‌ ଚାମ୍ପିୟନ୍‌ ହୋଇଥିଲା।