Categories: ଜାତୀୟ

ମଲା ମୂଷା ଗନ୍ଧ ଯୋଗୁଁ ମିଟିଂ ସ୍ଥାନକୁ ବଦଳାଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୫।୧୦: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମଲା ମୂଷାର ଗନ୍ଧ ଯୋଗୁଁ ସୋମବାର ଏକ ବୈଠକକୁ ମଝିରେ ଛାଡି ଦେଇଥିବା ଜଣାପଡ଼ିଛି। ବିଧାନସଭା ପରିସରରେ ଆୟୋଜିତ ହୋଇଥିବା ବୈଠକକୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ, ବିଧାନସଭା ପରିସରରେ ୟେଦୁରପ୍ପାଙ୍କ ଭାରତୀୟ ମଜଦୁର ସଂଘ ଓ ଇରାନର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଆୟୋଜନ ହୋଇଥିଲା। ଏଥିପାଇଁ ସଭାଗୃହକୁ ପଶିବା ମାତ୍ରେ ତାଙ୍କୁ ମଲା ମୂଷାର ଗନ୍ଧ ହୋଇଥିଲା। ଏହି ଗନ୍ଧ ହେବା ସତ୍ତ୍ୱେ ବୈଠକ ଆରମ୍ଭ ହୋଇଥିଲା। ହେଲେ ଏହା ଚାଲିବାର ମାତ୍ର ୫ ମିନିଟ୍‌ରେ ଗନ୍ଧ ଏତେ ଜୋରରେ ହୋଇଥିଲା ଯେ, ସେ ସେଠାରୁ ବାହାରି ପଳାଇ ଆସିଥିଲେ। ଏଥିସହ ଅଧିକାରୀଙ୍କୁ ଡାକି ତାଙ୍କ ଚ୍ୟାମ୍ବରରେ ବୈଠକକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ। ତେବେ ଅଧିକାରୀଙ୍କ ଏଭଳି ଅବହେଳା ପାଇଁ ୟେଦୁରପ୍ପା ପରେ ତାଙ୍କୁ ତାଗିଦ୍‌ କରିଥିଲେ।

Share