ମଲାଇକାଙ୍କ ଭଳି ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ସୋନାକ୍ଷୀ

ବମ୍ବେ: ଆଇଟମ୍‌ ଗର୍ଲ ତଥା ଅଭିନେତ୍ରୀ ମଲାଇକା ଅରୋରାଙ୍କ ଭଳି ପୋଷାକ ପିନ୍ଧିବାକୁ ନେଇ ଟ୍ରୋଲ ହୋଇଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ନିଜର ସୋସିଆଲ ଆକାଉଣ୍ଟରେ ଡିଜାଇନର ମୋହିତ ରାୟଙ୍କ ଦ୍ୱାରା ନିର୍ମିତ ଧଳା ରଙ୍ଗର ଏକ ପୋଷାକକୁ ସୋନାକ୍ଷୀ ଶେୟାର କରିଥିଲେ। ଏଥିରେ ସେ ଖୁବ୍‌ ସୁନ୍ଦର ଲାଗୁଥିଲେ ହେଁ ପୂର୍ବରୁ ମଲାଇକା ଏହି ଡିଜାଇନ୍‌ ପିନ୍ଧି ସାରିଛନ୍ତି। ବୋଗ୍‌ ପୁରସ୍କାର ବିତରଣ ଉତ୍ସବରେ ମଲାଇକା ସମାନ ଡ୍ରେସ୍‌କୁ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁଣି ଥରେ ସୋନାକ୍ଷୀ ଏହାକୁ ପିନ୍ଧିବାରୁ ଟ୍ରୋଲ ହୋଇଛନ୍ତି।

Share