ମଲାଇକାଙ୍କୁ ଜନ୍ମଦିନରେ ଏପରି ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ନୂଆ ଲଭବର୍ଡ ମଲାଇକା ଅରୋରା- ଅର୍ଜୁନ କପୁର ନିଜ ସମ୍ପର୍କକୁ ଖୋଲାଖୋଲି ସ୍ବିକାର କରିବା ଆରମ୍ଭ କଲେଣି। ବୁଧବାର ମଲାଇକାଙ୍କ ଜନ୍ମଦିନ ଉପଲକ୍ଷେ ଉଭୟଙ୍କ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି ଅର୍ଜୁନ। ପ୍ରଶଂସକମାନେ ଏହାକୁ ଦେଖି ଖୁସି ହୋଇଯାଇଛନ୍ତି। ଫଟୋଟିରେ ଅର୍ଜୁନ ମଲାଇକାଙ୍କୁ ଚୁମ୍ବନ ଦେଉଥିବା ଦେଖାଯାଉଛି। ପୂର୍ବରୁ ମଲାଇକା ମଧ୍ୟ ଅର୍ଜୁନଙ୍କ ଜନ୍ମଦିନରେ ଉଭୟଙ୍କ ଏକ ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଥିଲେ।

Share