‘ମଲଙ୍ଗ’ର ଟାଇଟଲ୍‌ ଟ୍ରାକ୍‌ ରିଲିଜ୍‌: ପରଦାରେ ଦିଶା-ଆଦିତ୍ୟଙ୍କ ଜବରଦସ୍ତ କେମେଷ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିଶା ପାଟନୀ ଓ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଅପ୍‌ କମିଂ ଫିଲ୍ମ ‘ମଲଙ୍ଗ’ର ଟାଇଟଲ ଟ୍ରାକ୍‌ ଗୁରୁବାର ରିଲିଜ୍‌ ହୋଇଛି। ଏହି ଗୀତ ବେଶ୍‌ ସୁମଧୂର ହୋଇଥିବା ବେଳେ ଏଥିରେ ଦିଶା ଓ ଆଦିତ୍ୟଙ୍କ କାହାଣୀର ଝଲକ ଦେଖିବାକୁ ମିଳିଛି। ଏଥିରେ ଦିଶା ଓ ଆଦିତ୍ୟଙ୍କ ରୋମାନ୍ସ ନଜର ଆସିଛି। ପୂର୍ବରୁ ରିଲିଜ୍‌ ହୋଇଥିବା ମଲଙ୍ଗର ଟ୍ରେଲରରେ ଦର୍ଶକେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ପାଇଥିବା ବେଳେ ଏହା ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ଉକ୍ତ ଗୀତ ରଚନା କରିଛନ୍ତି କୃଣାଲ ବର୍ମା ଓ ହର୍ଷ ଲିମ୍ବୋଚିଆ। ହର୍ଷ ପ୍ରସିଦ୍ଧ ଲେଖକ ଥିବା ବେଳେ ପ୍ରଥମ ଥର ପାଇଁ ସେ ଏହି ଗୀତକୁ ରଚନା କରିଥିବା ଜଣାପଡ଼ିଛି। ସେହିପରି ଏଥିରେ ବେଦ ଶର୍ମା ମ୍ୟୁଜିକ୍‌ ଦେବା ସହ ନିଜେ କଣ୍ଠଦାନ ମଧ୍ୟ କରିଛନ୍ତି। ଫିଲ୍ମ ମଲଙ୍ଗର ଏହି ଟାଇଟଲ ଟ୍ରାକ୍‌ ଗୋଆ ବ୍ୟାକ୍‌ଗ୍ରାଉଣ୍ଡ ଉପରେ ଆଧାରିତ ହୋଇଥିବା ବେଳେ ଏହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ମୋହିତ ସୂରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦିଶା ଓ ଆଦିତ୍ୟଙ୍କ ସହ ଅନୀଲ କପୁର ଏବଂ କୃନାଲ ଖେମୁ ମଧ୍ୟ ନଜର ଆସିବେ। ଏହାକୁ ମରିସସ୍‌, ଗୋଆ ଓ ମୁମ୍ବାଇର କିଛି ସ୍ଥାନରେ ଶୁଟିଂ କରାଯାଇଛି। ଫେବୃଆରୀ ୭ରେ ଏହି ଫିଲ୍ମ ରିଲିଜ୍‌ ହେବ।

Share