Categories: ଫୁରସତ

ମରୁଭୂମିରେ ରହିଛି ଏମିତି ଦୁର୍ଗ,ଯାହା ସବୁଜ ବନାନୀ ପାଇଁ ପ୍ରସିଦ୍ଧ

ଅକ୍ଟୋବରରୁ ଭ୍ରମଣ ଋତୁ ଆରମ୍ଭ ହୋଇଥାଏ। ଲୋକେ ଯୋଜନା କରିଥାନ୍ତି ଏମିତି କିଛି ସ୍ଥାନକୁ ବୁଲିବାକୁ ଯିବେ ଯାହା ଚିରଦିନ ପାଇଁ ସ୍ମରଣୀୟ ହୋଇରହିବ। ସେଥିଲାଗି ନଦୀ, ପାହାଡ଼, ଝରଣା ସବୁଜ ବନାନୀ ଥିବା ସ୍ଥାନକୁ ପସନ୍ଦ କରିଥାନ୍ତି। କିନ୍ତୁ କେହି କ’ଣ ମରୁଭୂମିକୁ ଯିବାକୁ ପସନ୍ଦ କରନ୍ତି କି? ଆଜ୍ଞା ହଁ, ମରୁଭୂମିରେ ବି ଏମିତି କିଛି ଦୃଶ୍ୟ ରହିଛି; ଯେଉଁଥିରେ ଆଖି ଲାଖିଯିବ।

ସେହିପରି ଏକ ଜାଗା ହେଉଛି ରାଜସ୍ଥାନ। ଏଠାରେ ଥିବା ଖିମ୍‌ସର ଦୁର୍ଗ ଖୁବ୍‌ ମନଲୋଭା। ଯୋଧପୁର ଏବଂ ବିକାନେର ମଝିରେ ଏକ ଛୋଟ ଗାଁ। ଏଠାରେ ନିର୍ମିତ ଦୁର୍ଗଟି ପ୍ରାୟ ୫୦୦ ବର୍ଷ ପୂର୍ବର। କିନ୍ତୁ ଏହି ସୁନ୍ଦର ସ୍ଥାନ ବିଷୟରେ ଅଧିକାଂଶ ଲୋକେ ଜାଣିନାହାନ୍ତି।

ବର୍ତ୍ତମାନ ସମୟରେ ଏହି ଦୁର୍ଗ ରାଜସ୍ଥାନର ସବୁଠୁ ସୁନ୍ଦର ସ୍ଥାନ। ଏହି ଦୁର୍ଗରେ ହେରିଟେଜ୍‌ ହୋଟେଲ ଚାଲୁରହିଛି। ବାକି ଅଂଶରେ ରାଜ ପରିବାର ରହୁଛନ୍ତି। ଏହି ହୋଟେଲକୁ ରାଜ ପରିବାରର ସଦସ୍ୟମାନେ ପରିଚାଳନା କରୁଛନ୍ତି।

ସବୁଠୁ ଆକର୍ଷକ ହୋଟେଲର ସମସ୍ତ ଖାଦ୍ୟ ରାଜ ପରିବାରର। ତେଣୁ ଏହି ହୋଟେଲରେ ଖାଇବା ମଜା କିଛି ଅଲଗା।
ଏତଦ୍‌ବ୍ୟତୀତ ଏହି ଦୁର୍ଗର ବାସ୍ତୁକଳା ଏବଂ ସ୍ଥାପତ୍ୟ ନମୁନା ପାଇଁ ପ୍ରସିଦ୍ଧ। ସ୍ତମ୍ଭ ଏବଂ ମୂର୍ତ୍ତିଗୁଡ଼ିକୁ ଦେଖି ରାଜାରାଜୁଡ଼ାଙ୍କୁ ମନେ ପକାଇବେ। ଏହି ଦୁର୍ଗର ଖାସ୍‌ କଥା ହେଲା ମରୁଭୂମିରେ ହୋଇ ମଧ୍ୟ ଚତୁଃପାର୍ଶ୍ୱରେ ସବୁଜ ବନାନୀ ଘେରି ରହିଛି। ଯାହା ଦେଖି ଚକିତ ହୋଇଯିବେ।

Share