Categories: ଜାତୀୟ

ମରି ମଧ୍ୟ ଅମର: ୧୨ ବର୍ଷର ନାବାଳକଙ୍କ ଶରୀରରେ ଧକ୍‌ ଧକ୍‌ କରିବ ୬୨ ବର୍ଷ ବୟସ୍କା ବିମଳାଙ୍କ ହୃଦୟ

ଭୋପାଳ,୨୫।୭: ମରିବା ପରେ ମଧ୍ୟ କେତେକ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଅମର ହୋଇଥାନ୍ତି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଶେହାଦ୍ରୀରେ ଘଟିଛି। ୬୨ ବର୍ଷ ବୟସ୍କା ବିମଳା ଅଜମେରାଙ୍କ ହୃଦୟ ମୁମ୍ବାଇ ଫୋର୍ଟିସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୨ ବର୍ଷ ବୟସ୍କ ନାବାଳକଙ୍କଠାରେ ପ୍ରତିରୋପଣ କରାଯିବ। ଏବେ ବିମଳାଙ୍କ ହୃଦୟ ନାବାଳକଙ୍କଠାରେ ଧକ୍‌ ଧକ୍‌ କରିବ। ବିମଳା ମେ ୨୨ରେ ଦୁର୍ଘଟଣାଗ୍ରସ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଜୁଲାଇ ୨୨ରେ ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷିତ କରିଥିଲେ। ଏହାପରେ ପରିବାରବର୍ଗଙ୍କ ସହମତି କ୍ରମେ ବିମଳାଙ୍କ ହାର୍ଟ, କିଡ୍‌ନୀ, ଚକ୍ଷୁ, ଲିଭରକୁ ଡୋନେଟ୍‌ କରାଯାଇଥିଲା। ବିମଳାଙ୍କ ଯୋଗୁ ୬ ଜଣ ବ୍ୟକ୍ତିଙ୍କୁ ନୂଆ ଜୀବନ ମିଳିବ। ତାଙ୍କ ଲିଭର ସିଦ୍ଧାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯିବ। ସେହିପରି କିଡ୍‌ନୀ ବଂଶଲ ଏବଂ ଚିରାୟୁ ହସ୍ପିଟାଲ ତଥା ଚକ୍ଷୁ ଜିଏମ୍‌ସି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କଠାରେ ପ୍ରତିରୋପଣ ହେବ।

Share