ମରାମତି ଅଭାବ : ନଦୀବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା

ସିଂହପୁର,୨୧।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅଧିନସ୍ଥ ଖରସ୍ରୋତା ନଦୀବନ୍ଧର ଜରୀ ନୂଆ ମାହାରାଠାରୁ ବାଛୋଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ନଦୀବନ୍ଧ ରାସ୍ତା ଦୀର୍ଘଦିନ ମରାମତି ନ ହେବାରୁ ଭାଙ୍ଗିରୁଜି ଏବେ ମରଣଯନ୍ତା ପାଲଟିଛି। ଫଳରେ ରାସ୍ତାରେ ଗର୍ତ୍ତ ହେବା ସହ ସଙ୍କୁଚିତ ହୋଇ ବିପଦ ସୃଷ୍ଟି କରୁଛି। ଚାରିଚକିଆ ଯାନ ଯିବା ଦୂରରେ ଥାଉ ଦୁଇ ଚକିଆ ଯିବା ଆସିବା କରିବା ମଧ୍ୟ କଷ୍ଟକର ହୋଇପଡୁଛି। ଜଳସମ୍ପଦ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଏହାର ମରାମତି କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତିି।