ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ: ମରାମତି ଦାବି

ଭବାନୀପାଟଣା,୨୩।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଇ ଯାଇଥିବା ବରଗଡ଼-ବୋରିଗୁମ୍ମା ୨୬ ନଂ. ଜାତୀୟ ରାଜପଥ କେସିଙ୍ଗା ବ୍ଲକ ପାଷ୍ଟିକୁଡି ନିକଟ ଦେଗାଡି, ଜୋରର ପୋଲ ଉପରେ ଏକ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ବହୁବାର ଯାନବାହନ ଦୁର୍ଘଟଣାଗ୍ରସ୍ତ ହେଉଥିବା ବାରମ୍ବାର ଅଭିଯୋଗ ପରେ ମଧ୍ୟ ମରାମତି କରାଯାଉ ନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ରାସ୍ତା ମରାମତି ଲାଗି ଦାବି ହୋଇଛି।