ମନ ମୋହିଲା ଲୌକିକ ପରମ୍ପରା: ବୈଦିକ ରୀତିରେ ସରିଲା ଦେବଦମ୍ପତିଙ୍କ ବିବାହ

ଆରଡ଼ି, ୮।୬ (ଡି.ଏନ.ଏ.) – ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ଶୁକ୍ରବାର ପବିତ୍ର ଶୀତଳଷଷ୍ଠୀ ପର୍ବରେ ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବରେ ଲୌକିକ ପରମ୍ପରା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତଙ୍କ ସମାଗମରେ ମନ୍ଦିର ପରିବେଶ ଚଳଚଞ୍ଚଳ ରହିଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ବରାନୁଗମନ ଶୋଭାଯାତ୍ରା। ବାଣ, ରୋଶଣି ଓ ବାଦ୍ୟର ଟମକରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର ଲୋକକଳାର ଆକର୍ଷଣରେ ଭକ୍ତମାନଙ୍କ ମନ ଜିଣି ନେଇଥିଲେ। ବାବାଙ୍କର ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବସ୍‌ଷ୍ଟାଣ୍ଡରୁ କନ୍ୟାପିତାଙ୍କ ଗୃହକୁ ନିଆଯାଇଥିଲା। ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀର ସାହିମେଢ ନୃତ୍ୟ, ବାଘ ନୃତ୍ୟ, ପାଇକ ଆଖଡା, ଗୋଟିପୁଅ ନୃତ୍ୟ, ଡାଇନୋସର ନୃତ୍ୟ, ମୟୂରଚୂଳ, ଦୁଲୁଦୁଲି, ଯୋଡ଼ିଶଙ୍ଖ, ଘଣ୍ଟ, ଝୁମର, ଡ୍ରମ ଆଦି ବାଦ୍ୟ ପରିବେଷିତ ହୋଇଥିଲା। ଏଥିସହିତ ମହିଳା ଓ ପୁରୁଷ କୀର୍ତ୍ତନ ମଣ୍ଡଳୀ, ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀଙ୍କ କୀର୍ତ୍ତନ ପରିବେଷଣ ଦେଖିବାକୁ ମିଳିଥିଲା।
ବରାନୁଗମନ ଶୋଭାଯାତ୍ରାରେ ସେବାୟତମାନେ ବେଦପତି ବ୍ରହ୍ମା, ପ୍ରଭୁ ନାରାୟଣ, ଦେବରାଜ ଇନ୍ଦ୍ର, ବରୁଣଦେବ, ଜନ୍ତୁପତି ଯମ, କୁବେର, ମହାଗ୍ରହ ଶନି, ସୂର୍ଯ୍ୟଦେବ, ଚନ୍ଦ୍ରଦେବ, ଦେବର୍ଷି ନାରଦ, ନନ୍ଦୀ, ଭୃଙ୍ଗୀ ଆଦି ଦେବଗଣ, ଦାନବ, କିନ୍ନର ବେଶରେ ନିଜକୁ ସଜ୍ଜିତ କରି ବରଯାତ୍ରୀ ରୂପେ ଉଭା ହୋଇଥିଲେ। ଶୋଭାଯାତ୍ରାରେ ହନୁମାନ ବେଶଧାରୀ ସେବାୟତଙ୍କ ଅଭିନୟ ଆକର୍ଷଣ ସାଜିଥିଲା। ବରଯାତ୍ରୀ ଦଳ କନ୍ୟାଙ୍କ ଘରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ବାହାବେଦୀରେ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଆୟୋଜିତ ହୋଇଥିଲା ବିବାହ ଉତ୍ସବ।
ଅର୍ଦ୍ଧରାତ୍ରରେ ଫୁଲ ବେଦୀରେ ସ୍ବୟଂ ଶିବଶମ୍ଭୁ ଭୋଳାଶଙ୍କର ମାତା ପାର୍ବତୀଙ୍କ ହାତ ଧରିଥିଲେ। ମନ୍ତ୍ର ପାଠ ସାଙ୍ଗକୁ ହରିବୋଲ, ହୁଳହୁଳି, ଶଙ୍ଖ ଏବଂ ଓଁ ନମଃ ଶିବାୟ ଧ୍ୱନି ମଧ୍ୟରେ ଦେବଦମ୍ପତିଙ୍କ ବିବାହ ସରିଥିଲା। ଏହାପରେ ବରପିତା ଓ କନ୍ୟାପିତାଙ୍କ ସମୁଦୀ ମିଳନ, ଯୌତୁକ ଦାନ ଓ ସବୁଠାରୁ ଉତ୍କଣ୍ଠିତ ମୁହୂର୍ତ୍ତ କନ୍ୟା ବିଦାୟ ବେଳା ଆସିଥିଲା। କନ୍ୟା ମାତାପିତାଙ୍କ ଆଖି ଲୁହରେ ଭିଜି ଉଠିଥିଲା। ବିବାହ ବେଳେ ଦେବଦେବ ମହାଦେବଙ୍କୁ ୨ ଏକର ଶ୍ମଶାନ ଜମି, ୧୦ ହଳ ନାଗ, ୨୫ ବୃଷଭ, ଅନ୍ୟାନ୍ୟ ସ୍ବର୍ଣ୍ଣ ଓ ରୌପ୍ୟ ନିର୍ମିତ ଅଳଙ୍କାର ଯାନିଯୌତୁକ ରୂପେ ଦିଆଯାଇଥିଲା। ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ସନ୍ଦର୍ଶନ କରି ଅସଂଖ୍ୟ ଭକ୍ତ ଭାବବିହ୍ବଳ ହୋଇପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri