ବର୍ଷାଦିନେ ମହିଳାଙ୍କ ଟେନଶନ୍‌, କ’ଣ ପିନ୍ଧିବେ

ବର୍ଷାଦିନେ ମହିଳାଙ୍କ ଟେନଶନ୍‌ ବଢ଼ିଯାଏ ଯେ କ’ଣ ପିନ୍ଧିବେ ଓ ପିନ୍ଧିବେନି। ଯାହା ସେମାନଙ୍କୁ ଷ୍ଟାଇଲିଶ୍‌ କରିବା ସହିତ
ଫ୍ୟାଶନ୍‌ ସହିତ ଯୋଡ଼ି ରଖେ। ଏଥିପାଇଁ ଆଜି ଆପଣଙ୍କ
ଲାଗି ଫ୍ୟାଶନ୍‌ ଟିପ୍ସ ଦେଉଛୁ ଯାହାର ସାହାଯ୍ୟ
ନେଇ ନିଜକୁ ଷ୍ଟାଇଲିଶ୍‌ କରିପାରିବେ…

ବର୍ଷାଦିନରେ ଧଳାରଙ୍ଗର ଡ୍ରେସ ପିନ୍ଧିବାକୁ ଆଭୋଏଡ୍‌ କରନ୍ତୁ। ଏହା ବଦଳରେ ପେଷ୍ଟାଲ ଶେଡ୍‌କୁ ନିଜ ଆଉଟ୍‌ଫିଟ୍‌ରେ ସାମିଲ କରନ୍ତୁ। ଧଳା ରଙ୍ଗର ଡ୍ରେସ୍‌ରେ ବିଭିନ୍ନ ଦାଗ ଲାଗିବାର ଆଶଙ୍କା ରହିଛି ଓ ଏହି ଦାଗ ଛଡ଼ାଇବାକୁ ହେଲେ କେତେପ୍ରକାର ଉପାୟ ଆପଣାଇବାକୁ ପଡ଼ିଥାଏ।
ମନସୁନ୍‌ରେ ଏପରି ଫୁଟ୍‌ଓ୍ବେର ଚୟନ କରନ୍ତୁ, ଯାହା ଓଦା ହେଲେ ତୁରନ୍ତ ଶୁଖିଯିବ। ଭଲ ଗ୍ରିପ୍‌ ଥିବା ସହ ସାମ୍ନା ଖୋଲା ଥିଲେ ଭଲ। ମନସୁନ୍‌ରେ ବେଲି କିମ୍ବା ଶୁଜ୍‌ ପିନ୍ଧିବା ଦ୍ୱାରା ଭିତରେ ପଶିଥିବା ପାଣିରେ ସହଜରେ ବାହାରି ନ ଥାଏ। ଯାହା ଫଳରେ ପାଦ ଆଙ୍ଗୁଳିରେ ଇନ୍‌ଫେକ୍‌ଶନ୍‌ ହେବାର ଆଶଙ୍କା ରହିଛି। ଏହା ସହ ଆପଣଙ୍କ ପାଦରୁ ଦୁର୍ଗନ୍ଧ ଆସୁଥାଏ ତେବେ ଭୁଲ୍‌ରେ ବି ଆପଣ ଏପରି ଜୋତା ପିନ୍ଧନ୍ତୁ ନାହିଁ। ଲେଦର ସୁଜ୍‌ ପିନ୍ଧନ୍ତୁ ନାହିଁ।
ଏହି ଋତୁରେ କପଡ଼ା ଚୟନ କରିବା ସମୟରେ ଖାସ୍‌ ଧ୍ୟାନ ରଖନ୍ତୁ। କର୍ଟନ, ନାଇଲନ୍‌, ଶିଫନ୍‌ ଆଉଟ୍‌ଫିଟ୍‌ ମନସୁନ୍‌ ହିସାବରେ ଠିକ୍‌ ନୁହେଁ। ଏହି ସ୍ଥାନରେ ଲାଇକ୍ରା, ମଲ୍‌, ପଲିଷ୍ଟର ଫାବ୍ରିକ୍‌ ଥିବା ଆଉଟ୍‌ଫିଟ୍‌ ଭଲ ରହିବ। ଯାହା ବର୍ଷାଦିନରେ ଭିଜିଲେ ମଧ୍ୟ ଏହା ସହଜରେ ଶୁଖିଯାଏ।
ଟ୍ରାଉଜର ହେଉ କି ଜିନ୍ସ କି ମ୍ୟାକ୍ସି ଡ୍ରେସ୍‌ ଧ୍ୟାନ ରଖନ୍ତୁ ଏହାର ଲମ୍ବା ଅଧିକ ନ ହେଉ। ବର୍ଷାଦିନେ ଶର୍ଟ ହେମଲାଇନ୍‌ ଥିବା ଆଉଟ୍‌ଫିଟ୍‌ ଚୟନ କରନ୍ତୁ। କ୍ୟୁଲଟ୍ସ, କ୍ୟାପ୍ରି, ଆଙ୍କଲ ଲେନ୍ଥ ପ୍ୟାଣ୍ଟ ଋତୁ ହିସାବରେ କମ୍ଫର୍ଟ ସହ ମଧ୍ୟ ଷ୍ଟାଇଲିଶ୍‌ ହୋଇଥାଏ।
ପେଷ୍ଟାଲ୍‌ ସହିତ ବ୍ରାଇଟ୍‌ କଲରର କଲେକ୍‌ଶନ୍‌ ମନସୁନ୍‌ ପାଇଁ ପରଫେକ୍ଟ ଚଏସ୍‌। ଯାହାଦ୍ୱାରା ବର୍ଷାଦିନରେ ଭିଜିବା ଦ୍ୱାରା ଅନ୍‌୍‌କର୍ମ୍ଫଟେବଲ୍‌ ଲାଗି ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri