ମନ୍ଦିରରେ ଲାଗି ହୁଏ କେବଳ ପିଆଜ ଭୋଗ…

ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ରାଜସ୍ଥାନ ଚୁରୁ ଜିଲା ସାଦୁଲପୁର ସ୍ଥିତ ଦଦରଓ୍ବୋ ଧାମରେ ଠାକୁରଙ୍କ ପାଖରେ ଭୋଗ ଭାବେ କେବଳ ପିଆଜ ଲାଗି ହୋଇଥାଏ। ମନ୍ଦିରରେ ଏହି ପରମ୍ପରା ଅତି ପ୍ରାଚୀନ କାଳରୁ ଚଳି ଆସିଛି। ପ୍ରତିଦିନ ଏଠାରେ ପ୍ରାୟ ୧୦ କ୍ୱିଣ୍ଟାଲରୁ ଅଧିକ ପିଆଜ ଜମା ହୋଇଥାଏ। ମାନସିକ ପୂରଣ ହେଲେ ଏଠାରେ ପୂଜା ପାଉଥିବା ଗୋଗାଜୀ ଏବଂ ଗୋରେଖନାଥଙ୍କ ପାଖରେ ଶ୍ରଦ୍ଧାଳୁ ପିଆଜ ଭୋଗ ଲାଗି କରନ୍ତି। ପ୍ରତିବର୍ଷ ରକ୍ଷାବନ୍ଧନ ପର ଦିନଠାରୁ ଏଠାରେ ଏକ ମାସ ବ୍ୟାପି ମେଳା ଆୟୋଜିତ ହୋଇଥାଏ। ମନ୍ଦିରରେ ଶୁକ୍ଳ ଓ କୃଷ୍ଣ ପକ୍ଷ ଷଷ୍ଠୀ, ସପ୍ତମୀ, ଅଷ୍ଟମୀରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ।

Share