ମନ୍ଥର ଗତିରେ ଚାଲିଛି ବୁଢ଼ାବଳଙ୍ଗ ପୋଲ ନିର୍ମାଣ କାର୍ଯ୍ୟ : ନିମ୍ନମାନର ଅଭିଯୋଗ, ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା

ବାରିପଦା ଅଫିସ, ୧୫ା୫ : ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ବାରିପଦା ସହର ବୁଢ଼ାବଳଙ୍ଗ ନଦୀରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି।  ଗତ ୨୦୧୬ ଅକ୍ଟୋବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଳିଆପଦା ଗସ୍ତରେ ଆସିଥିଲେ। ସେହି ସମୟରେ ଏହି ପୋଲର ଶିଳାନ୍ୟାସ କରିଥିଲେ। ଏଥିପାଇଁ ୨୭ କୋଟି ୨୯ ଲକ୍ଷ ୮୦ହଜାର ୨୦୮ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏକ ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ନଦୀକୂଳରେ ପୂର୍ତ୍ତବିଭାଗ ପକ୍ଷରୁ ଲାଗିଥିବା ଏକ ବୋର୍ଡରେ କାର୍ଯ୍ୟାରମ୍ଭ ତାରିଖ ୧୨ ମେ ୨୦୧୭ ଓ କାର୍ଯ୍ୟ ଶେଷ ତାରିଖ ୧୧ ଡିସେମ୍ବର ୨୦୧୮ ବୋଲି ଉଲ୍ଲେଖ ରହିଛି। ତେବେ କାର୍ଯ୍ୟ ଶେଷ ତାରିଖରୁ ୫ ମାସର ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ଏହି ପୋଲ କାର୍ଯ୍ୟ ଶେଷ ହୋଇନାହିଁ। ସେହିପରି ନିର୍ମାଣ କାର୍ଯ୍ୟ ନିମ୍ନମାନର ବୋଲି ମଧ୍ୟ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।  ଅପରପକ୍ଷେ କାର୍ଯ୍ୟ ଶେଷ ତାରିଖ ୨୬ ଫେବୃୟାରୀ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବିଭାଗୀୟ ଯନ୍ତ୍ରୀ ସୁପାରିସ କରିଛନ୍ତି। ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟ ତଦାରଖ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବିଭାଗ ସୂତ୍ରରୁ ପ୍ରକାଶ। ଆଗକୁ ବର୍ଷା ଋତୁ ଆସିବ। ଏପରିସ୍ଥଳରେ ବାରିପଦା ସହରକୁ ପୁଣିଥରେ ବନ୍ୟା ଭୟ ଘାରିଛି। କାରଣ ଗତ ୨୦୧୩ ମସିହାରେ ହୋଇଥିବା ଫାଇଲିନ୍‌ ଯୋଗୁ ଏହି ବୁଢ଼ାବଳଙ୍ଗ ନଦୀରେ ଜଳ ପ୍ରବାହିତ ହୋଇ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସହରର ୪,୭,୮,୯,୧୦,୧୧ ଓ ୨୦ ନମ୍ବର ୱାର୍ଡ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲା। ତେବେ ଏହି ନଦୀରେ ଆଡ଼ିବନ୍ଧ ନ ଥିବାରୁ ପାଣି ପଶି ଆସିଥିବା ଅଭିଯୋଗ କରି ଏକ ଆଡିବନ୍ଧ ନିର୍ମାଣ କରିବାକୁ ସହରବାସୀ ଦାବି କରିଥିଲେ। ଆଡ଼ିବନ୍ଧ ନିର୍ମାଣ ପାଇଁ ଗତ ଜାନୁୟାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତ ଅବସରରେ ଘୋଷଣା କରିଥିଲେ। ହେଲେ କୌଣସି ପଦକ୍ଷେପ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇ ନାହିଁ। ଏପରିସ୍ଥଳରେ ଫାଇଲିନ୍‌ ପରେ ହୁଡ୍‌ହୁଡ୍‌, ତିତ୍‌ଲି ଓ ଫନୀରେ ମଧ୍ୟ ଏହି ନଦୀରେ ବନ୍ୟା ଆଶାଙ୍କା କରାଯାଇ ତଳି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଫାଇଲିନ୍‌ ସମୟରେ ପୁରୁଣା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ଏହା ଦୁର୍ବଳ ହୋଇଗଲାଣି। ଅନ୍ୟପକ୍ଷରେ ପୋଲ କାର୍ଯ୍ୟ ନିମ୍ନମାନର ବୋଲି ସ୍ଥାନୀୟ ବାସିନ୍ଦା ଯଯାତି ମହାନ୍ତ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ କର୍ମଚାରୀମାନେ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଛନ୍ତି। ଫଳରେ ପୋଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାସୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୋଲ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ପଣ୍ଡାଙ୍କ ସହିତ ଆଲୋଚନା କରିବାରୁ,୨୯୨ ମିଟର ଲମ୍ବ ଓ ୧୫.୪ ମିଟର ଚଉଡ଼ାରେ ଏହାର ନିର୍ମାଣ କାର୍ଯ୍ୟ କରାଯାଉଛି। ଆରମ୍ଭରୁ ୧୧ଟି ଖମ୍ବ ହେବା ନେଇ ଡିଜାଇନ ହୋଇଥିଲା। ପରେ ଏହାକୁ ବଦଳାଇ ୯ଟି କରାଯାଇଛି। ପୋଲ କାମ ୪୦ ପ୍ରତିଶତ ସରିଥିବାବେଳେ ତଳ କାମ ୯୦ ପ୍ରତିଶତ ସରିଛି। ସେହିପରି ତଳ କାମ ସରିଲେ ଉପର କାମ ପାଇଁ ସମୟ କମ୍‌ ଲାଗିବ। ପୋଲ ନିର୍ମାଣର ଡିଜାଇନରେ ପରିବର୍ତ୍ତନ ହୋଇଥିବାରୁ ବିଳମ୍ବରେ କାର୍ଯ୍ୟ ହୋଇଥିଲା। ଏଣୁ ଏହାର ସମୟସୀମା ବୃଦ୍ଧି ପାଇଁ ସୁପାରିସ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri