ମନ୍ତ୍ରଣାର କେନ୍ଦ୍ର ଥିଲା ଗଙ୍ଗାମାତା ମଠ ସୁଡ଼ଙ୍ଗ: ଏବେ ଶ୍ରଦ୍ଧାଳୁଙ୍କ ପାଇଁ ପାଲଟିଛି ଦର୍ଶନୀୟ ସ୍ଥାନ

ପୁରୀ ଅଫିସ, ୧୬।୨: ଗଙ୍ଗାମାତା ମଠ ସୁଡ଼ଙ୍ଗ। ଏକଦା ଏହି ସୁଡ଼ଙ୍ଗ ଥିଲା ମନ୍ତ୍ରଣାର କେନ୍ଦ୍ର। ଶ୍ରୀମନ୍ଦିର ଉପରେ ହେଉଥିବା ଆକ୍ରମଣରୁ କିପରି ମହାପ୍ରଭୁଙ୍କୁ ରକ୍ଷା କରାଯାଇପାରିବ ସେ ନେଇ ଏହା ମଧ୍ୟରେ ବିଚାର ବିମର୍ଶ କରାଯାଉଥିଲା। ପରବର୍ତ୍ତୀ ସମୟରେ ଏହି ସୁଡ଼ଙ୍ଗ ବିଷୟରେ ଏତେଟା ଚର୍ଚ୍ଚା ନ ଥିଲା। ୨୦୧୧ ନଭେମ୍ବର ୨୨ରେ ଧରିତ୍ରୀରେ ଏହି ସୁଡ଼ଙ୍ଗ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଏହାକୁ ଅନୁଧ୍ୟାନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ସେବେଠାରୁ ଏହି ସୁଡ଼ଙ୍ଗକୁ ଦେଖିବା ଲାଗି ଗଙ୍ଗାମାତା ମଠକୁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିଲା। ସୁଡ଼ଙ୍ଗର ସ୍ଥିତି ଏବେ କେମିତି ରହିଛି ତାହା କିଛି ସ୍ପଷ୍ଟ ନ ଥିବାବେଳେ ଶ୍ରଦ୍ଧାଳୁମାନେ ଏହାର ପ୍ରବେଶ ପଥକୁ ଦେଖି ହିଁ ଫେରୁଛନ୍ତି।

ସୁଡ଼ଙ୍ଗ ସଂକ୍ରାନ୍ତରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଗଙ୍ଗାମାତା ମଠରେ ରହିଥିବା ସୁଡ଼ଙ୍ଗ ‘ମନ୍ତ୍ରଣା ସୁଡ଼ଙ୍ଗ’ ଭାବେ ପରିଚିତ ଥିଲା। ହାରାହାରି ୬୫୦ ବର୍ଷ ପୂର୍ବରୁ ଶ୍ରୀମନ୍ଦିର ଉପରେ ହୋଇଥିବା ଆକ୍ରମଣର ଏହା ହେଉଛି ମୂକସାକ୍ଷୀ। ଜନଶ୍ରୁତି ରହିଛି, ଏହି ସୁଡ଼ଙ୍ଗ ଦେଇ ମହାପ୍ରଭୁଙ୍କ ନିକଟରେ ସିଧାସଳଖ ପହଞ୍ଚତ୍ ହେବ। କିନ୍ତୁ ଏହାର ସତ୍ୟତା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହା କେବଳ ଯିବା ଆସିବାର ରାସ୍ତା ନ ଥିଲା ବରଂ ଶ୍ରୀମନ୍ଦିର ଉପରେ ଆକ୍ରମଣ ସମୟରେ ମହାପ୍ରଭୁଙ୍କୁ ରକ୍ଷା କରିବା ପାଇଁ ବିଚାର ମନ୍ତ୍ରଣାର ଏକ କେନ୍ଦ୍ର ଥିଲା। ୧୬୪୭ ମସିହା ପରେ ମୋଗଲମାନଙ୍କର ଶ୍ରୀମନ୍ଦିର ଉପରେ ଘନ ଘନ ଆକ୍ରମଣ ସମୟରେ ରାଜ କର୍ମଚାରୀ, ରାଜଗୁରୁ ଓ ସେବକମାନେ ଏହାର ମୁକାବିଲା କରିବା ପାଇଁ ଏଠାରେ ମନ୍ତ୍ରଣା କରୁଥିଲେ। ଗଜପତି ନରସିଂହ ଦେବଙ୍କୁ ବାଲି ନଅରରେ ମୋଗଲମାନେ ହତ୍ୟା କରିବା ପରେ ଏହି ସୁଡ଼ଙ୍ଗ ଗୁରୁତ୍ୱ ହରାଇଥିଲା। ଏହା ଓଡ଼ିଶା ଇତିହାସ ପାଇଁ ବହୁ ଗୁରୁତ୍ୱ ବହନ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ପୁନରୁଦ୍ଧାର ହୋଇପାରିନାହିଁ। ୧୮୦୪-୦୫ ମସିହାରେ ବ୍ରିଟିଶମାନଙ୍କ ଆକ୍ରମଣ ବେଳେ ଜୟୀ ରାଜଗୁରୁ ମଧ୍ୟ ଏହି ସୁଡ଼ଙ୍ଗରେ ମନ୍ତ୍ରଣା କରିଥିବା ପ୍ରମାଣ ରହିଛି। ତାଙ୍କ ନିଜ ହାତ ଲେଖା ଚିଠି ଏହି ମଠରୁ ଉଦ୍ଧାର କରାଯାଇଥିଲା ବୋଲି ଡ. ମିଶ୍ର କହିଛନ୍ତି।
୨୦୧୧ରେ ଧରିତ୍ରୀରେ ଏହି ସୁଡ଼ଙ୍ଗ ରହସ୍ୟ ପ୍ରକାଶ ପାଇଥିଲା। ଏହାପରେ ସେହିବର୍ଷ ଡିସେମ୍ବର ୧ରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମଠର ଐତିହାସିକ ସୁଡ଼ଙ୍ଗକୁ ଏଏସ୍‌ଆଇ ଅନୁଧ୍ୟାନ କରିବ ବୋଲି ବିବୃତି ରଖିଥିଲେ। ସେତେବେଳେ ଏଏସ୍‌ଆଇକୁ ମଧ୍ୟ ଚିଠି ଲେଖାଯାଇଥିଲା। ୨-୩ ଦିନ ମଧ୍ୟରେ ଏହା ଯାଞ୍ଚ ହେବ ବୋଲି ତତ୍କାଳୀନ ଜିଲା ସଂସ୍କୃତି ଅଧିକାରୀ ବି କହିଥିଲେ। ଏ ସଂକ୍ରାନ୍ତରେ ମଠରେ କୌଣସି ତଥ୍ୟ ନ ଥିବାବେଳେ ସେବେଠାରୁ ଏହା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ପାଲଟି ଯାଇଛି। ପ୍ରତିଦିନ ଶ୍ରଦ୍ଧାଳୁମାନେ ମଠକୁ ଯାଇ ଏହି ସୁଡ଼ଙ୍ଗ ପରିଦର୍ଶନ କରୁଛନ୍ତି। ଇସ୍କନ ଶ୍ରଦ୍ଧାଳୁ ବି ଏହି ମଠକୁ ଯାତାୟାତ କରିଥାନ୍ତି। କିଛିଦିନ ତଳେ କେତେଜଣ ବିଦେଶୀ ଭକ୍ତ ଏହି ସୁଡ଼ଙ୍ଗକୁ ଯାଇ ଉଠାଇଥିବା ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସୁଡ଼ଙ୍ଗ ଶ୍ରୀମନ୍ଦିରକୁ ସଂଯୋଗ ଥିବା ଜନଶ୍ରୁତି ଥିବାରୁ ବଡ଼ଦେଉଳର ସୁରକ୍ଷାକୁ ନେଇ ବି ପ୍ରଶ୍ନ ଉଠିଛି। ହେଲେ ଏହାକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ସେ କହିଛନ୍ତି, ଶ୍ରୀମନ୍ଦିର ସହ କୌଣସି ସୁଡ଼ଙ୍ଗ ସଂଯୋଗ ନାହିଁ। ତେବେ ଗଙ୍ଗାମାତା ମଠରେ ଥିବା ସୁଡ଼ଙ୍ଗ ପ୍ରକୃତରେ କେଉଁଠିକୁ ଏବଂ କେତେଦୂର ଯାଇଛି ତାହାର ଅନୁସନ୍ଧାନ କଲେ ହିଁ ଜଣାପଡ଼ିବ। ଦରକାର ପଡ଼ିିଲେ ଏ ନେଇ ଏଏସ୍‌ଆଇର ମଧ୍ୟ ସହଯୋଗ ନିଆଯାଇପାରିବ ବୋଲି ଉନ୍ନୟନ ପ୍ରଶାସକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri