ମନୋମାଳିନ୍ୟରୁ ପରିବାର ଛାରଖାର: ଏକାଠି ଜଳିଲା ସ୍ତ୍ରୀ-ସ୍ବାମୀଙ୍କ ଜୁଇ

ସମ୍ବଲପୁର/ଧମା,୧୪ା୬(ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ଧମା ଥାନା ଅର୍ଡା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ମଧ୍ୟରେ ସାମାନ୍ୟ ମନମାଳିନ୍ୟ ଯୋଗୁ ଏକ ପରିବାର ଛାରଖାର ହୋଇଯାଇଛି। ୨ ବର୍ଷର ଶିଶୁ ପୁତ୍ରର ମୁହଁକୁ ନ ଚାହିଁ ଏକ ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗାଁର ହେମନ୍ତ ବାଗ (୩୩) ଓ ତାଙ୍କ ସ୍ତ୍ରୀ ବେବି (୩୦)। ରବିବାର ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଗାଁ ନିକଟ ସାହସପୁର ମଶାଣିରେ ଏକାଠି ସ୍ବୀମୀ, ସ୍ତ୍ରୀଙ୍କ ଜୁଇ ଜଳିଛି। ତେବେ ବେବିଙ୍କ ବାପା ଝାଙ୍କରପାଲି ଗାଁର ଗିରିଶଙ୍କର ଭୋଇ ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅଙ୍କୁ ଜ୍ୱାଇଁ, ଶ୍ୱଶୁର ଓ ନଣନ୍ଦ ମିଶି ହତ୍ୟା କରିଛନ୍ତି। ଏଣୁ ଧମା ଥାନା ପୋଲିସ ଏକ ହତ୍ୟା ମାମଲା (ନଂ. ୧୧୬/୨୦)ରୁଜୁ କରି ଘଟଣାର ତଦନ୍ତ କରୁଛି। ସେହିଭଳି ହେମନ୍ତଙ୍କ ମୃତ୍ୟୁକୁ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୫/୨୦)ରୁଜୁ ହୋଇଛି । ଏହି ଘଟଣାରେ ଅର୍ଡା ଗ୍ରାମ ଓ ଆଖ ପାଖରେ ଶୋକର ଛାୟା ଖେଳି ଯାଇଛି।
୨୦୧୭ରେ ହେମନ୍ତ ଓ ବେବିଙ୍କ ବାହାଘର ହୋଇଥିଲା। କିଛି ଦିନ ପରେ ସେମାନେ ଅଲଗା ରୋଷେଇ କରି ଖାଉଥିଲେ। ହେମନ୍ତ ସମ୍ବଲପୁର ସହରର ଏକ ଇଲୋକ୍ଟ୍ରୋନିକ୍ସ ଦୋକାନରେ କାମ କରୁଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ବେବି ବାପ ଘରୁ ଫେରିଥିଲେ । ସାଙ୍ଗରେ ରାତ୍ରିଭୋଜନ ପାଇଁ ଖାଇବା ନେଇ ଆସିଥିଲେ। ଏଣୁ ଖାଦ୍ୟ ଆଣିବା କ’ଣ ଆବଶ୍ୟକ ଥିଲା ବୋଲି ହେମନ୍ତ ଓ ତାଙ୍କ ପରିବାର ଲୋକେ ବେବିଙ୍କୁ ପଚାରି ଥିଲେ। ଶନିବାର ସକାଳେ ହେମନ୍ତ କାମକୁ ଯାଇଥିଲେ । ବେବି ଶିଶୁପୁତ୍ର ସହ ମଧ୍ୟାହ୍ନରେ ଖାଇପିଇ ଶୋଇବାକୁ ଯାଇଥିଲେ। ପୁଅ ଉଠିବା ପରେ କାନ୍ଦିବାକୁ ଲାଗିଥିଲା। ଦୀର୍ଘ ସମୟ ଧରି କାନ୍ଦ ବନ୍ଦ ନ ହେବାରୁ ଘର ଲୋକେ ବେବିଙ୍କୁ ଡାକିଥିଲେ। ହେଲେ ସେ ଶୁଣି ନ ଥିଲେ। ଏଣୁ ସନ୍ଦେହ ହେବାରୁ ପରିବାର ସଦସ୍ୟ ଘରର ତାଲା ଭାଙ୍ଗିଥିଲେ। ଦେଖିଲାବେଳେକୁ ବେବି ଘରର ଫ୍ୟାନ୍‌ରେ ଲୁଗା ଦେଇ ଝୁଲୁଥିଲେ। ସେମାନେ ତାଙ୍କୁ ତଳକୁ ଆଣି ଧମା ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭିମ୍‌ସାର ପଠାଇଥିଲା। ଏହି ଖବର ପାଇ ହେମନ୍ତ ଘରକୁ ଫେରିଥିଲେ । ସେ ସବୁ ଘଟଣା ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ। ସ୍ତ୍ରୀଙ୍କ ଆତ୍ମହତ୍ୟା ତାଙ୍କ ମାନସିକ ସନ୍ତୁଳନ ବିଗାଡ଼ି ଦେଇଥିଲା। ୨ ବର୍ଷର ପୁଅକୁ ସେ ମନ ଭରି ଆଲିଙ୍ଗନ କରିଥିଲେ। ପୁଅର ମୁହଁ ଆଉ ଦେହରେ ବାପାର ଆବେଗ ଭରା ଚୁମ୍ବନ ଦେଇଥିଲେ । ମୁଁ ଆସୁଛି କହି ଚାଲି ଯାଇଥିଲେ। ହେଲେ ଆଉ ଫେରି ନ ଥିଲେ। ସନ୍ଧ୍ୟା ୬ଟାରେ ଗାଁ ମନ୍ଦିର ନିକଟରେ ହେମନ୍ତ ଗୁରୁତର ଅବସ୍ଥାରେ ପଡ଼ିଥିବା ଜଣା ପଡ଼ିଥିଲା। ପୋଲିସ ତାଙ୍କୁ ଉଦ୍ଧାର କରି ବୁର୍ଲା ଭିମ୍‌ସାର ପଠାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ରବିବାର ସେ ଆଖି ବୁଜିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri