ମନୋଜ ଜେନା ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଭାଲୁଙ୍କୁ ରିମାଣ୍ଡରେ ଆଣିବ ପୋଲିସ

ବ୍ରହ୍ମପୁର ଅଫିସ,୩୦ା୬-ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଆସିକାର ଭଗବାନ ସାହୁ ଓରଫ ଭାଲୁଙ୍କୁ ବ୍ରହ୍ମପୁର ପୋଲିସ ଶୁକ୍ରବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରୁ ଗିରଫ କରିଛି। ତାଙ୍କ ନିକଟରୁ ୧୦,୬୦୦ ଟଙ୍କା, ୪ଟି ମୋବାଇଲ ଫୋନ, ଏଟିଏମ କାର୍ଡ, ଓ କେତେଟି ଭିଜିଟିଂ କାର୍ଡ ପୋଲିସ ଜବତ କରିଥିଲା। ବିଏନପୁର ଥାନା ମାମଲା ନଂ.୧୦୧/୧୯ରେ ଭାଲୁଙ୍କୁ ଶନିବାର କୋର୍ଟଚାଲାଣ କରାଯିବ। ମନୋଜଙ୍କୁ ହତ୍ୟା କରିବା ପାଇଁ ଭାଲୁ କେତେ ଟଙ୍କା ସୁପାରି ଦେଇଥିଲେ, ହତ୍ୟା ପଛରେ ଅନ୍ୟ କୌଣସି ରହସ୍ୟ ଅଛି କି ନାହିଁ ସେ ନେଇ ଅଧିକ ଖୋଳତାଡ଼ କରାଯିବ। ଏଥିପାଇଁ ଭାଲୁଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ପୋଲିସ ଆହୁରି ସୂଚନା ଦେଇଛି ଯେ, ଉଭୟ ଭାଲୁ ଓ ମନୋଜଙ୍କ ନାଁରେ ଏକାଧିକ ମାମଲା ରହିଛି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ମନୋଜ ଆସିକା ଅଞ୍ଚଳରେ ତାଙ୍କର ଆପରାଧିକ କାର୍ଯ୍ୟକଳାପ ଚଳାଇଥିଲେ। ୨୦୦୪ରେ ଭାଲୁଙ୍କ ନାବାଳକ ଭାଇଙ୍କୁ ସେ ତାଙ୍କ ସହଯୋଗୀଙ୍କ ସହ ମିଶି ହତ୍ୟା କରିଥିଲେ। ୨୦୦୭ରେ ଭାଲୁଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ ।
ଏହାର ପ୍ରତିଶୋଧ ନେବା ପାଇଁ ଭାଲୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ସାହୁ ଓରଫ ସୁଲତାନଙ୍କ ସହାୟତା ନେଇଥିବା ଜେରା ବେଳେ ଜଣାପଡ଼ିଛି ବୋଲି ଏସପି କହିଛନ୍ତି। ଭାଲୁଙ୍କ ନାଁରେ ୭ଟି ସଂଗୀନ ମାମଲା ରହିଛି। ସେଥିମଧ୍ୟରୁ ୫ଟି ହତ୍ୟା ମାମଲା। ମନୋଜଙ୍କ ନାଁରେ ବାଲିପଦରରେ ଦୁଇଟି ବିଦେଶୀ ଓ ଗୋଟିଏ ଦେଶୀ ମଦ ଦୋକାନ ରହିଥିଲା ।
ମନୋଜଙ୍କୁ ସେଠାରୁ ହଟାଇବା ପାଇଁ ଭାଲୁ ଯୋଜନା କରିଥିଲେ ବୋଲି ପୋଲିସ କହିଛି । ୨୦୧୫ ନଭେମ୍ବର ୨୪ରେ ବୁଗୁଡ଼ାର ତତ୍କାଳୀନ ନଗରପାଳ ବାଳକୃଷ୍ଣ ପାତ୍ରଙ୍କୁ ଭାଲୁ ଓ ତାଙ୍କ ସହଯୋଗୀମାନେ ମିଶି ହତ୍ୟା କରିଥିଲେ। ଏହି ଘଟଣାରେ ବୁଗୁଡ଼ା ଥାନା ମାମଲା ନଂ.୨୭୦/୧୫ରେ ଭାଲୁ ଓ ତାଙ୍କ ସହଯୋଗୀମାନଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ଏବେ ଏହି ମାମଲାର ବିଚାର ଚାଲିଛି। ମଦ ବ୍ୟବସାୟୀ ମନୋଜଙ୍କୁ ହତ୍ୟା କଲେ ବୁଗୁଡ଼ା ପୂର୍ବତନ ନଗରପାଳ ହତ୍ୟା ମାମଲାର ସାକ୍ଷୀମାନେ ଭୟଭୀତ ହୋଇ ସାକ୍ଷ୍ୟ ଦେବେ ନାହିଁ ବୋଲି ଭାଲୁ ନିଶ୍ଚିତ ହୋଇଥିଲେ ବୋଲି ଏସପି କହିଛନ୍ତି । ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ଭୋଟ ଗଣତି ପୂର୍ବଦିନ ତଥା ମେ ୨୨ ତାରିଖ ରାତ୍ର ପ୍ରାୟ ୧୦ଟାରେ ବିଏନପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ନିକଟ ଜାତୀୟ ରାଜପଥରେ କଂଗ୍ରେସ ପ୍ରାର୍ଥୀ ମନୋଜଙ୍କୁ ଗୁଳି କରାଯିବା ସହ ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ୨ ପର୍ଯ୍ୟାୟରେ ସୁଲତାନଙ୍କ ସମେତ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିିଥିଲା। ମାଷ୍ଟର ମାଇଣ୍ଡ ଭାଲୁଙ୍କ ନାଁରେ ଏନବିଡବ୍ଲୁ ଜାରି କରାଯାଇଥିଲା। ସେ ପୋଲିସ ନିକଟରେ ହାଜର ନ ହେଲେ ପଳାତକ ଘୋଷଣା ହୋଇଥାନ୍ତେ। ତେବେ ଶୁକ୍ରବାର ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ ମୁଖ୍ୟ ଅଭିଯୁକ୍ତ ଭାଲୁଙ୍କୁ ଖଣ୍ଡଗିରି ଥାନା ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

ଶତପ୍ରତିଶତ ପରୀକ୍ଷା ଫଳ ଉପରେ ଗୁରୁତ୍ୱ: କେନ୍ଦ୍ରୀୟ ବିଦ୍ୟାଳୟ…

ଭଞ୍ଜନଗର,୧୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଉପଜିଲାପାଳ ତଥା କଲେଜ ପରିଚାଳନା...

ବାଇକ୍‌ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …

ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri