ମନୋଜ ଜେନା ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଭାଲୁଙ୍କୁ ରିମାଣ୍ଡରେ ଆଣିବ ପୋଲିସ

ବ୍ରହ୍ମପୁର ଅଫିସ,୩୦ା୬-ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଆସିକାର ଭଗବାନ ସାହୁ ଓରଫ ଭାଲୁଙ୍କୁ ବ୍ରହ୍ମପୁର ପୋଲିସ ଶୁକ୍ରବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରୁ ଗିରଫ କରିଛି। ତାଙ୍କ ନିକଟରୁ ୧୦,୬୦୦ ଟଙ୍କା, ୪ଟି ମୋବାଇଲ ଫୋନ, ଏଟିଏମ କାର୍ଡ, ଓ କେତେଟି ଭିଜିଟିଂ କାର୍ଡ ପୋଲିସ ଜବତ କରିଥିଲା। ବିଏନପୁର ଥାନା ମାମଲା ନଂ.୧୦୧/୧୯ରେ ଭାଲୁଙ୍କୁ ଶନିବାର କୋର୍ଟଚାଲାଣ କରାଯିବ। ମନୋଜଙ୍କୁ ହତ୍ୟା କରିବା ପାଇଁ ଭାଲୁ କେତେ ଟଙ୍କା ସୁପାରି ଦେଇଥିଲେ, ହତ୍ୟା ପଛରେ ଅନ୍ୟ କୌଣସି ରହସ୍ୟ ଅଛି କି ନାହିଁ ସେ ନେଇ ଅଧିକ ଖୋଳତାଡ଼ କରାଯିବ। ଏଥିପାଇଁ ଭାଲୁଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ପୋଲିସ ଆହୁରି ସୂଚନା ଦେଇଛି ଯେ, ଉଭୟ ଭାଲୁ ଓ ମନୋଜଙ୍କ ନାଁରେ ଏକାଧିକ ମାମଲା ରହିଛି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ମନୋଜ ଆସିକା ଅଞ୍ଚଳରେ ତାଙ୍କର ଆପରାଧିକ କାର୍ଯ୍ୟକଳାପ ଚଳାଇଥିଲେ। ୨୦୦୪ରେ ଭାଲୁଙ୍କ ନାବାଳକ ଭାଇଙ୍କୁ ସେ ତାଙ୍କ ସହଯୋଗୀଙ୍କ ସହ ମିଶି ହତ୍ୟା କରିଥିଲେ। ୨୦୦୭ରେ ଭାଲୁଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ ।
ଏହାର ପ୍ରତିଶୋଧ ନେବା ପାଇଁ ଭାଲୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ସାହୁ ଓରଫ ସୁଲତାନଙ୍କ ସହାୟତା ନେଇଥିବା ଜେରା ବେଳେ ଜଣାପଡ଼ିଛି ବୋଲି ଏସପି କହିଛନ୍ତି। ଭାଲୁଙ୍କ ନାଁରେ ୭ଟି ସଂଗୀନ ମାମଲା ରହିଛି। ସେଥିମଧ୍ୟରୁ ୫ଟି ହତ୍ୟା ମାମଲା। ମନୋଜଙ୍କ ନାଁରେ ବାଲିପଦରରେ ଦୁଇଟି ବିଦେଶୀ ଓ ଗୋଟିଏ ଦେଶୀ ମଦ ଦୋକାନ ରହିଥିଲା ।
ମନୋଜଙ୍କୁ ସେଠାରୁ ହଟାଇବା ପାଇଁ ଭାଲୁ ଯୋଜନା କରିଥିଲେ ବୋଲି ପୋଲିସ କହିଛି । ୨୦୧୫ ନଭେମ୍ବର ୨୪ରେ ବୁଗୁଡ଼ାର ତତ୍କାଳୀନ ନଗରପାଳ ବାଳକୃଷ୍ଣ ପାତ୍ରଙ୍କୁ ଭାଲୁ ଓ ତାଙ୍କ ସହଯୋଗୀମାନେ ମିଶି ହତ୍ୟା କରିଥିଲେ। ଏହି ଘଟଣାରେ ବୁଗୁଡ଼ା ଥାନା ମାମଲା ନଂ.୨୭୦/୧୫ରେ ଭାଲୁ ଓ ତାଙ୍କ ସହଯୋଗୀମାନଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ଏବେ ଏହି ମାମଲାର ବିଚାର ଚାଲିଛି। ମଦ ବ୍ୟବସାୟୀ ମନୋଜଙ୍କୁ ହତ୍ୟା କଲେ ବୁଗୁଡ଼ା ପୂର୍ବତନ ନଗରପାଳ ହତ୍ୟା ମାମଲାର ସାକ୍ଷୀମାନେ ଭୟଭୀତ ହୋଇ ସାକ୍ଷ୍ୟ ଦେବେ ନାହିଁ ବୋଲି ଭାଲୁ ନିଶ୍ଚିତ ହୋଇଥିଲେ ବୋଲି ଏସପି କହିଛନ୍ତି । ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ଭୋଟ ଗଣତି ପୂର୍ବଦିନ ତଥା ମେ ୨୨ ତାରିଖ ରାତ୍ର ପ୍ରାୟ ୧୦ଟାରେ ବିଏନପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ନିକଟ ଜାତୀୟ ରାଜପଥରେ କଂଗ୍ରେସ ପ୍ରାର୍ଥୀ ମନୋଜଙ୍କୁ ଗୁଳି କରାଯିବା ସହ ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ୨ ପର୍ଯ୍ୟାୟରେ ସୁଲତାନଙ୍କ ସମେତ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିିଥିଲା। ମାଷ୍ଟର ମାଇଣ୍ଡ ଭାଲୁଙ୍କ ନାଁରେ ଏନବିଡବ୍ଲୁ ଜାରି କରାଯାଇଥିଲା। ସେ ପୋଲିସ ନିକଟରେ ହାଜର ନ ହେଲେ ପଳାତକ ଘୋଷଣା ହୋଇଥାନ୍ତେ। ତେବେ ଶୁକ୍ରବାର ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ ମୁଖ୍ୟ ଅଭିଯୁକ୍ତ ଭାଲୁଙ୍କୁ ଖଣ୍ଡଗିରି ଥାନା ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri