Categories: ଜାତୀୟ

ମଧ୍ୟାହ୍ନଭୋଜନରେ ୮୧ ପିଲାଙ୍କୁ ଲିଟରେ କ୍ଷୀର

ସୋନଭଦ୍ର,୩୦ା୧୧(ପି.ଟି.): ଉତ୍ତରପ୍ରଦେଶର ଚୋପାନ ବ୍ଲକ ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୮୧ ଛାତ୍ରୀଛାତ୍ରଙ୍କକୁ ୧ ଲିଟର କ୍ଷୀର ବଣ୍ଟାଯାଉଥିବା ଜଣାପଡ଼ିବା ପରେ ସ୍କୁଲର ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ୧ ଲିଟର କ୍ଷୀରେ ବାଲତିଏ ଗରମ ପାଣି ମିଶାଯାଇ ପିଲାଙ୍କୁ ଦିଆଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ କୋଟା ପଞ୍ଚାୟତର ଶିକ୍ଷାମିତ୍ର (ଠିକା ଶିକ୍ଷକ)ଙ୍କ ବିରୋଧରେ ଏତଲା ଦାଏର ହୋଇଛି। ମଧ୍ୟାହ୍ନ ଭୋଜନ ଯୋଜନାରେ ଦୁର୍ନୀତି ରୋକିବାରେ ବିଫଳ ଭାଜପା ସରକାରଙ୍କୁ ସମାଜବାଦୀ ପାର୍ଟି ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ବାଲତିଏ ପାଣିରେ କ୍ଷୀର ମିଶାଇବା କଥାକୁ ପାଚିକା ସ୍ବୀକାର କରିଛନ୍ତି।

Share