ମଧ୍ୟପ୍ରଦେଶର ୫୦ ପ୍ରତିଶତ ଜିଲା କରୋନା ସଂକ୍ରମିତ: ୫ ହଟ୍‌ସ୍ପଟ୍‌,୧୧ ରେଡ୍‌ ଜୋନ୍‌

ଭୋପାଳ,୨୭।୪: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର ୫୨ ଜିଲାରୁ ୫୦ ପ୍ରତିଶତ ଜିଲା କରୋନା ଦ୍ୱାରା ସଂକ୍ରମିତ ହୋଇଛି। ରାଜ୍ୟର ୨୬ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି। ସେହିପରି ଇନ୍ଦୋର, ଭୋପାଳ, ଉଜ୍ଜୟନୀ, ଖରଗୋନ୍‌ ଏବଂ ଔରଙ୍ଗଗାବାଦ୍‌ ଆଦି ଜିଲାକୁ ହଟ୍‌ସ୍ପଟ୍‌ ଭାବେ ଘୋଷଣା କରାଯାଇଛି। ସେହିପରି ୧୧ଟି ଜିଲାକୁ ରେଡ୍‌ ଜୋନ୍‌ ଭାବେ ସ୍ଥାନୀତ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୯୦ରୁ ଅଧିକ ରହିଛି। ସେହିପରି ମୃତକଙ୍କ ସଂଖ୍ୟା ୧୦୦ ଟପିଛି। ଲକ୍‌ଡାଉନ୍‌ ଜାରି ସତ୍ତ୍ୱେ ମଧ୍ୟ ସ୍ଥିତିରେ ସୁଧାର ଆସି ନ ଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share