ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ଆମ୍ବ ପତ୍ରରେ ଭିଟାମିନ୍‌ ‘ସି’, ‘ବି’ ଏବଂ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର୍‌ ଥାଏ। ଜାଣନ୍ତି, ଏହି ଆମ୍ବପତ୍ରକୁ ମଧୁମେହ ରୋଗୀଙ୍କ ପାଇଁ ଏକପ୍ରକାର ବରଦାନ କହିଲେ ଅତ୍ୟୁକ୍ତି ହେବ ନାହଁି। ଯଦିଓ ଆମ୍ବ ଖାଇବା ସେମାନଙ୍କ ପାଇଁ ଅସ୍ବାସ୍ଥ୍ୟକର କିନ୍ତୁ ଆମ୍ବପତ୍ର ବେଶ୍‌ ଫାଇଦା ଦେଇଥାଏ। ଆମ୍ବପତ୍ରରେ ଏମିତି କିଛି ତତ୍ତ୍ୱ ଥାଏ, ଯାହା କେବଳ ମଧୁମେହ ନୁହେଁ ବରଂ ଅନ୍ୟସମସ୍ତ ରୋଗ ପାଇଁ ବିଶେଷ ଲାଭଦାୟକ ସା୍ଯଯସ୍ତ ହୋଇଥାଏ। ଆମ୍ବପତ୍ରକୁ ଚାହଁିଲେ, ଶୁଖାଇ ପାଉଡର୍‌ ପ୍ରସ୍ତୁତ କରି ସେବନ କରିପାରିବେ। ନଚେତ୍‌ ପତ୍ରକୁ ଚା’ ଭଳି ଫୁଟାଇ ପିଇପାରିବେ। ଯେକୌଣସି ଉପାୟରେ ସେବନ କଲେ ମଧ୍ୟ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଥିବା ଏନ୍ଥୋସାଇନିନ୍‌ ନାମକ ଟୋନିନ୍‌ ରୋଗ ନିୟନ୍ତ୍ରଣରେ ବିଶେଷ ଭାବେ ସହାୟକ ହୋଇଥାଏ।

Share