ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଫଳ

ସମଗ୍ର ବିଶ୍ୱରେ ଦିନକୁଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷର ଦୁର୍ବଳ ମେଟାବୋଲିଜିମ୍‌ କାରଣରୁ ଏହି ରୋଗ ହେଉଥିବାରୁ ଶରୀରରେ ସଠିକ୍‌ ମାତ୍ରାରେ ଇନ୍‌ସୁଲିନ୍‌ ପ୍ରସ୍ତୁତ ହୋଇପାରି ନ ଥାଏ। ଯେଉଁଥିପାଇଁ ମଧୁମେହ ରୋଗୀଙ୍କୁ ବିଶେଷ କରି ଖାଦ୍ୟପେୟ ନେଇ ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ । କାରଣ ଅଧିକାଂଶ ଖାଦ୍ୟର ସିଧାସଳଖ ପ୍ରଭାବ ତାଙ୍କ ଶରୀର ଉପରେ ପଡ଼ିଥାଏ। କିନ୍ତୁ ଏମିତି କିଛି ଫଳ ଅଛି ଯାହାକି ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ।

ସେଓ- ସେଓରେ ଭାରି ମାତ୍ରାରେ ସଲ୍ୟୁବଲ ଫାଇବର ରହୁଥିବାରୁ ଏହା ମଧୁମେହ ରୋଗୀଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ। ଏହାସହ ଏଥିରେ ଏକ ପ୍ରକାର ଶ୍ୱେତସାର ଥିବାରୁ ରକ୍ତ ସର୍କରାକୁ ନିୟନ୍ତ୍ରଣ କରିଥାଏ।

ତରଭୁଜ- ଏଥିରେ କୌଣସି ପ୍ରକାର ଫେଟ କିମ୍ବା କୋଲେଷ୍ଟ୍ରୋଲ ନଥାଏ। କିନ୍ତୁ ଭରପୂର ମାତ୍ରାରେ ଭିଟାମିନ୍‌ ଓ ମିନେରାଲ୍‌ ରହୁଥିବାରୁ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ। ତରଭୁଜରେ ଥିବା ତନ୍ତୁ ପାଚନକ୍ରିୟାକୁ ଠିକ୍‌ କରିବା ସହ କୋଲେଷ୍ଟ୍ରୋଲ୍‌ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ପାଚିଲା ଅମୃତଭଣ୍ଡା – ଏଥିରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ଶରୀରରଣ୍‌ କୋଷିକାକୁ ଦୁର୍ବଳ ହେବାରୁ ରକ୍ଷା କରିବା ସହ ହୃଦୟ ଓ ନର୍ଭସ୍‌ ସିଷ୍ଟମକୁ ସୁରକ୍ଷିତ ରଖିଥାଏ।

ପିଜୁଳି – ପିଜୁଳିରେ ଥିବା ପୋଟାସିୟମ୍‌ ରକ୍ତଚାପକୁ ନିୟନ୍ତ୍ରଣ ରଖିବାର କାମ କରିଥାଏ। ଏହାସହ ମଧୁମେହ ଟାଇପ-୨ ବିପଦକୁ ମଧ୍ୟ କମ୍‌ କରିଥାଏ।

ବେଦନା-ମଧୁମେହ ରୋଗୀଙ୍କ କ୍ଷେତ୍ରରେ ହୃଦ୍ଘାତ ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ସେମାନଙ୍କ ପାଇଁ ବେଦନା ଉପକାରୀ। ଏହା କଲେଷ୍ଟ୍ରୋଲ୍‌ ମାତ୍ରାକୁ କମ୍‌ କରି ମଧୁମେହକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।