ମଧୁମେହ ଆଶଙ୍କା ବଢ଼ାଏ ଅନିଦ୍ରା

ଜଣେ ସାଧାରଣ ବ୍ୟକ୍ତି ଅତି କମ୍‌ରେ ରାତିରେ ୭/୮ ଘଣ୍ଟା ଶୋଇବା ଆବଶ୍ୟକ। ଯଦି ନିଦ ଠିକ୍‌ ଭାବେ ନ ହୁଏ ବା କମ୍‌ ସମୟ ଶୋଇଥିଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ, ଯେପରି କି ଉଚ୍ଚ ରକ୍ତଚାପ, ଚିଡ୍‌ଚିଡ଼ା ଆଦି। ମାତ୍ର ନିକଟରେ ଜାପାନରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କମ୍‌ ନିଦ ବା ଜମା ନିଦ ନ ହେବା ଦ୍ୱାରା ମଧୁମେହ (ଡାଇବେଟିସ) ହେବାର ସମ୍ଭାବନା ଅଧିକ ରହିଥାଏ।
ଏହି ଗବେଷଣା ପାଇଁ କେତେଜଣ ଲୋକଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ମାତ୍ର ୪ ଘଣ୍ଟା ଲେଖାଏ ଶୋଇବାକୁ କୁହାଗଲା। ପରେ ଦେଖାଗଲା ଯେ ସେମାନଙ୍କ ଶରୀରରେ ଶର୍କରା (ଗ୍ଲୁକୋଜ) ସ୍ତର ୪୦ ପ୍ରତିଶ୍‌ କମ୍‌ ହୋଇଛି। ଏହାର ଅର୍ଥ ସେମାନଙ୍କୁ ମଧୁମେହ ହେବାର ସମ୍ଭାବନା ଅଧିକ ରହିଛି। ଏଥିରୁ ସ୍ପଷ୍ଟ ହେଲା ଅନିଦ୍ରା ଯୋଗୁ ଡାଇବେଟିସ ହେବାର ସମସ୍ୟା ବଢ଼ିଯାଇଛି।