ମଧୁବାଲାଙ୍କ ଉପରେ ବାୟୋପିକ୍‌ ନିର୍ମାଣ କରିବେ ଇମ୍‌ତିଆଜ୍‌ ଅଲ୍ଲୀ

ବମ୍ବେ: ବେଗମ୍‌ ମୁମତାଜ ଜେହାନ ଦେହଲବୀ ଓରଫ ମଧୁବାଲାଙ୍କ ଜୀବନକାହାଣୀ ଉପରେ ନିର୍ମିତ ହେବ ବାୟୋପିକ୍‌। ଲୋକପ୍ରିୟ ଫିଲ୍ମ ନିର୍ମାତା ଇମ୍‌ତିଆଜ ଅଲ୍ଲୀ ଏହାକୁ ନିର୍ମାଣ କରିବେ। ଆଧିକାରିକ ଭାବେ ସ୍ବିକୃତି ପାଇବା ପରେ ସେ ଏନେଇ ଘୋଷଣା କରିଛନ୍ତି। ତେବେ ଏହା ଓ୍ବେବ୍‌ ସିରିଜ ହେବ ଅଥବା ଫିଲ୍ମ ତାହା ଜଣାପଡ଼ିନାହିଁ। ହେଲେ ଟିକ୍‌ଟକ୍‌ରେ ମଧୁବାଲା ଭାବେ ପରିଚିତ ଅଭିନେତ୍ରୀ ପ୍ରିୟଙ୍କା କଡ଼ଓ୍ବାଲ ଏଥିରେ ନାୟିକା ଭୂମିକାରେ ନଜର ଆସିପାରନ୍ତି।
ପୂର୍ବରୁ ‘ଜବ ଉଇ ମେଟ୍‌, ତମାଶା, ହାଇଓ୍ବେ, ଲଭ ଆଜକଲ୍‌ ଭଳି ହିଟ୍‌ ଫିଲ୍ମ ଦେଇଛନ୍ତି ଇମ୍‌ତିଆଜ୍‌। ମାତ୍ର ପ୍ରଥମ ଥର ପାଇଁ ସେ କୌଣସି ବାୟୋପିକ ନିର୍ମାଣ କରିବେ। ଏଥିରେ ଶିଶୁ କଳାକାର ଭାବେ ମଧୁବାଲାଙ୍କ ଅଭିନୟ ଜୀବନଠାରୁ ଆରମ୍ଭ କରି ରାଜକପୁରଙ୍କ ସହ ନୀଲ କମଲ ଚଳଚ୍ଚିତ୍ରରେ ଅଭିନୟର ଯାତ୍ରା ଦେଖିବାକୁ ମିଳିବ।

Share