ମଦ ବୋଝେଇ ଗାଡ଼ି ଜବତ : ୪ ଗିରଫ

ଭଦ୍ରକ ଅଫିସ,୧୨।୮: ଭଦ୍ରକ ଜିଲା ଭ୍ରାମ୍ୟମାଣ ଅବକାରୀ ଟିମ୍‌ ରବିବାର ରାତି ଓ ସୋମବାର ସକାଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ୩ଟି ଗାଡ଼ି ଜବତ କରିଛି। ସ୍ବତନ୍ତ୍ର ସ୍କ୍ବାଡ ଗାଡ଼ି ଗୁଡ଼ିକରୁ ପ୍ରାୟ ପ୍ରାୟ ୧୫୦୦ ଲିଟର ଦେଶୀ ମଦ ସହ ୭୫ ଲିଟର ଆସ୍କା ଫର୍ଟି ଜବତ କରିଛି l ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ବାଲେଶ୍ୱର ଜିଲାର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଭଦ୍ରକ ଜିଲାର ହୋଇଥିବା ସୂଚନା ମିଳିଛି।