ମଦ ଦୋକାନରେ ପଶି ୩୦ ଲିଟର ମଦ ପିଇଗଲେ ହାତୀ

ୟୁନାନ,୨୧।୩: ଜନସଂଖ୍ୟା ବଢ଼ିବା ଯୋଗୁ ଜଙ୍ଗଲର ପରିସୀମା କମିବାରେ ଲାଗିଛି। ଫଳରେ ଜଙ୍ଗଲର ରାଜା ହାତୀ ପାଇଁ ସ୍ଥାନ ନିଅଣ୍ଟ ପଡୁଛି। ତେଣୁ ବହୁ ସମୟରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଜନବସତିକୁ ପଶି ଆସୁଛନ୍ତି। ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ସ୍ନିହୁଆଗବନା ଅଞ୍ଚଳର ମେଘଂଇ ଗାଁରେ ଏକ ମଦ ଦୋକାନର ୧୪ ଜଣିଆ ହାତୀ ପଲ ପଶିଥିଲେ। ହାତୀପଲ ମନଇଛା ମକା ଖାଇବା ପରେ ୨ଟି ହାତୀ ସେଠାରେ ଥିବା ୩୦ ଲିଟର ମଦ ପିଇ ଦେଇଥିଲେ। ପରେ ମଦ ନିଶାରେ ଟଳି ଟଳି ହାତୀ ୨ଟି ନିକଟରେ ଥିବା ଚା ବଗିଚାରେ ଶୋଇପଡ଼ିଥିଲେ। ହାତୀପଲର ଏଭଳି କାର୍ଯ୍ୟ ଗାଁର ସିସିଟିଭି କ୍ୟାମେରାରେ ରେକର୍ଡିଂ ହୋଇଛି। ଏହାର ଫଟୋକୁ ଜୁଜୋଓ ବିଗବଙ୍ଗ୍‌ ନାମକ ଜଣେ ବ୍ୟକ୍ତି ଟୁଇଟରରେ ଶେୟାର କରିଛନ୍ତି। ଏହା ଏବେ ଭାଇରାଲ ହେବାରେ ଲାଗିଛି।

Share