Categories: ଜାତୀୟ

ମଦ୍ରାସାର ଗୋଟିଏ ଘରେ ହେଉଛି ପୂଜା ଓ ନମାଜ ପାଠ

ଅଲୀଗଡ଼,୧୬।୭: ଦେଶରେ ଧର୍ମ ଜାତି ସମ୍ପ୍ରଦାୟ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ ଅଲୀଗଡ଼ର ଏକ ମଦ୍ରାସା ଭାରତ ସମେତ ସମଗ୍ର ପୃଥିବୀ ପାଇଁ ଏକ ନିଆରା ଉଦାହରଣ ପାଲଟିଛି। ଅଲୀଗଡ଼ ଜିଲାରେ ଥିବା ଚାଚା ନେହେରୁ ମଦ୍ରାସାରେ ଉଭୟ ହିନ୍ଦୁ ଓ ମୁସଲମାନ୍‌ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏହି ମଦ୍ରାସା ଅଲ୍‌ନୁର୍‌ ଦାତବ୍ୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଛି। ଏଠାରେ ଗୋଟିଏ ଘରେ ହିନ୍ଦୁ ଛାତ୍ରୀଛାତ୍ର ସରସ୍ବତୀ, ହନୁମାନ ଏବଂ ମହାଦେବଙ୍କ ଫଟୋ ରଖି ପୂଜାର୍ଚ୍ଚନା କରୁଥିବାବେଳେ ମୁସଲମାନ୍‌ ଛାତ୍ରୀଛାତ୍ର ନମାଜ ଓ କୋରାନ୍‌ ପାଠ କରୁଛନ୍ତି। ଏହି ମଦ୍ରାସା ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ପ୍ରସାରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିଛି।

Share