ମତଦାନ ବିଳମ୍ବିତ, ରାତି ପର୍ଯ୍ୟନ୍ତ ବୁଥ୍‌ରେ ଭୋଟର

ଭଦ୍ରକ ଅଫିସ,୩୦ା୪- ଭଦ୍ରକ ଜିଲାରେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା।  ବିଭିନ୍ନ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଦେବା ଯୋଗୁ ମତଦାନରେ ବିଳମ୍ବ ଘଟିଥିଲା। ଏଥିଲାଗି ରାତି ୯ଟା ପର୍ଯ୍ୟନ୍ତ  ଭୋଟଗ୍ରହଣ ହୋଇଥିବା ସୂଚନା ମିଳିଛି। ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ ଭୋଟରମାନେ ବୁଥ୍‌ ଆଗରେ ଦୀର୍ଘ ସମୟ ଅପେକ୍ଷା କରି ରହିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେତେକ ସ୍ଥାନରେ କଁା ଭଁା  ଗଣ୍ଡଗୋଳକୁ ବାଦ୍‌ ଦେଲେ ଜିଲାରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଇଭିଏମ୍‌ ଓ ଭିଭିପିଏଟି ମେଶିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସକାଳ ୭ଟାରୁ ପ୍ରାୟ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ମତଦାନ ପ୍ରକ୍ରିୟାରେ ବାଧା ଉପୁଜିଥିଲା। କେଉଁଠି ଘଣ୍ଟାଏ ତ ଆଉ କେଉଁଠି ୨ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ଧାମନଗର ବ୍ଲକର ପାଳସାହି ୨୪୩ ନମ୍ବର ବୁଥ୍‌ରେ ୫ ଘଣ୍ଟା ବିଳମ୍ବ ଘଟିଥିଲା। ଜିଲା ମୁଖ୍ୟାଳୟରୁ ନୂଆ ଇଭିଏମ୍‌ ଅଣାଯିବା ପରେ ପୂର୍ବାହ୍ନ ୧୧ଟା ୩୦ ରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହିଭଳି ତିହିଡି ବ୍ଲକର ମୂଷାଙ୍ଗ ୧୧୯ ନମ୍ବର ବୁଥ୍‌ରେ ଇଭିଏମ୍‌ କାରଣରୁ ୨ ଘଣ୍ଟା, ତିହିଡି କଲେଜରେ ୧ ଘଣ୍ଟା ଓ କମାରିଆ ସ୍କୁଲରେ ୧ ଘଣ୍ଟା ବିଳମ୍ବ ଘଟିଥିବା ବେଳେ ଧାମନଗର ନିର୍ବାଚନମଣ୍ଡଳୀରେ ୧୩୫, ୧୪୧, ୧୪୪, ୧୫୫, ୧୫୬, ୧୫୭, ୧୯୯, ୨୨୩, ୨୧୪, ୧୮୪, ୧୭୪, ୧୫୨, ୧୫୧, ୧୪୯, ୨୪୨, ୨୪୩, ୨୪୪, ୨୪୫ ନମ୍ବର ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଯୋଗୁ କେଉଁଠି ଘଣ୍ଟାଏ ତ କେଉଁଠି ୨ ଘଣ୍ଟା ବିଳମ୍ବ ଘଟିଥିବା ଜଣାପଡ଼ିଛି। ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ମୌସୁଧା ସ୍କୁଲ ୧୨୪, ଘଟପୁରର ୧୪, କୁଅଁାରସରର ୨୧୬, ରାଜେନ୍ଦ୍ରପଲ୍ଲୀର ୧୩୯ ଓ ଜ୍ୟୋସ୍ନାମଲ୍ଲୀ ସ୍କୁଲର ୨୬୦ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇ ଭୋଟଦାନ ବିଳମ୍ବ ଘଟିଥିବା କୁହାଯାଇଛି। ସେହିଭଳି ବାସୁଦେବପୁର ବ୍ଲକର ଅଟଳ ବିହାରୀ ହାଇସ୍କୁଲରେ ଇଭିଏମ୍‌ ସମସ୍ୟା କାରଣରୁ ଡେରି ହୋଇଥିବା ଜଣାପଡିଛି। ଭଦ୍ରକର ଆର୍‌ସିବିଏଲ୍‌ ହାଇସ୍କୁଲ, ଏରେଇଁ, ବିଶାଣିଖରିଦା, ବନ୍ଧଗଁା, ସୋମନାଥପୁର ଭଳି କେତେକ ବୁଥ୍‌ରେ ଇଭିଏମ୍‌ ତ୍ରୁଟି କାରଣରୁ ଭୋଟଦାନ ପ୍ରକ୍ରିୟା ବିଳମ୍ବ ହୋଇଥିବା ଜଣାପଡ଼ିଛି।

ସକାଳ ୯ଟା ସୁଦ୍ଧା ଜିଲାରେ ମତଦାନ ହାର ୧୩ ପ୍ରତିଶତ ରହିଥିଲା। ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ମାତ୍ର ୧୩ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ବେଳେ ଚାନ୍ଦବାଲିରେ ୧୨, ବାସୁଦେବପୁରରେ ୧୪, ଧାମନଗରରେ ୧୩ ଓ ଭଦ୍ରକରେ ୧୭ ପ୍ରତିଶତ ମତଦାନ ହୋଇଥିଲା। ପୂର୍ବାହ୍ନ ୧୧ ଟା ସୁଦ୍ଧା ଏହା ୨୧ ପ୍ରତିଶତକୁ ବୃଦ୍ଧି ପାଇଥିଲା। ମଧ୍ୟାହ୍ନ ବେଳକୁ ୩୪ ପ୍ରତିଶତ ଏବଂ ଅପରାହ୍ନ ୩ଟା ସୁଦ୍ଧା ଭୋଟହାର ୫୨ ପ୍ରତିଶତରେ ପହଞ୍ଚିଥିଲା। ଅପରାହ୍ନରେ ଭୋଟରମାନଙ୍କ ଭିଡ  ଅଧିକ ଦେଖିବାକୁ ମିଳିଥିଲା। ୫ଟା ସୁଦ୍ଧା ଭୋଟଦାନ ହାର ୭୧ ପ୍ରତିଶତରେ ପହଞ୍ଚିଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଭଣ୍ଡାରିପୋଖରୀରେ ୭୧, ଚାନ୍ଦବାଲିରେ ୭୪, ବାସୁଦେବପୁରରେ ୭୨, ଧାମନଗରରେ ୭୦ ଓ ଭଦ୍ରକରେ ୬୯ ପ୍ରତିଶତ ଭୋଟ ହୋଇଛି। ଦିନତମାମ ସହରରେ ୪୨ ଡିଗ୍ରୀ ତାତି ରହିଥିବାରୁ ଅନେକ ଭୋଟର ଅସୁସ୍ଥତା ଅନୁଭବ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri