Categories: ଫୁରସତ

ମଣିଷ ଜୀବନ ବଞ୍ଚାଉଛି ମୂଷା

ଘରେ ମୂଷାଟିଏ ପଶିଗଲେ ଆମେ ଚିନ୍ତାରେ ପଡିଯାଉ କାରଣ ଘରର ସବୁ ଜିନିଷକୁ କ୍ଷଣିକରେ ନଷ୍ଟ କରିଦିଏ। କିନ୍ତୁ କାମ୍ବୋଡିଆ ଦେଶରେ ମୂଷା ହିରୋ ଭାବେ ପରିଗଣିତ ହେଉଛି। କାରଣ ଏଠାରେ ମୂଷା ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଉଛି। ନିକଟରେ କାମ୍ବୋଡିଆରେ ସିୟୋମ ରିପ୍‌ ପ୍ରାନ୍ତ ନିକଟ ତ୍ରାପିୟାଙ୍ଗ୍‌ କ୍ରାସଙ୍ଗ ଗ୍ରାମରେ ୭୮୮,୨୫୭ ବର୍ଗ ମିଟର ଜମିରୁ ଲ୍ୟାଣ୍ଡ୍‌ମାଇନ୍‌ ଖୋଜି ସେଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରିଛି ମୂଷା। ଫଳରେ ଉକ୍ତ ଜମି ଗୁଡିକୁ କାମ୍ବୋଡିଆରେ ୧୯ଟି ପରିବାର ମଧ୍ୟ ବଣ୍ଟନ କରାଯାଇଛି। ମୂଷାମାନେ ମିଶି ୧୧୭ଟି ଲ୍ୟାଣ୍ଡ୍‌ମାଇନ୍‌ଗୁଡିକୁ ଖୋଜିଥିଲେ। ଅନେକ ବର୍ଷ ହେବ ଉକ୍ତ ଲ୍ୟାଣ୍ଡ୍‌ମାଇନ୍‌ଗୁଡିକ ଦବିକି ଥିବାରୁ ଏହା ଫାଟିବାର ଆଶଙ୍କା ଥିଲା। ଏହାଦ୍ୱାରା ସ୍ଥାନୀୟ ଲୋକ ଏବଂ ଜୀବଜନ୍ତୁଙ୍କ ମୃତ୍ୟୁର ଭୟ ମଧ୍ୟ ଦେଖାଯାଇଥିଲା। ମୂଷା ୩ ମାସ ଧରି ଲ୍ୟାଣ୍ଡମାଇନ୍‌ ଖୋଜିବାରେ ସହାୟତା କରିଥିଲା। ମୂଷାଙ୍କୁ ଲ୍ୟାଣ୍ଡମାଇନ୍‌ ଖୋଜିବା ପାଇଁ ଆଣ୍ଟି ପର୍ସନାଲ ଲ୍ୟାଣ୍ଡ୍‌ମାଇନ୍ସ ଡିଟେକସନ୍‌ ପ୍ରଡକ୍ଟ ଡେଭଲପମେଣ୍ଟ(ଏପିଓପିଓ) ପକ୍ଷରୁ ଟ୍ରେନିଂ ଦିଆଯାଇଥିଲା।

Share