Categories: ଫୁରସତ

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ଆଜିକାଲି ଯାହାକୁ ଦେଖ ସେଲ୍‌ଫି ନେବାରେ ବ୍ୟସ୍ତ। ସାଧାରଣତଃ ମଣିଷ ସେଲ୍‌ଫି ନେବାର ଦେଖିଛନ୍ତି। କିନ୍ତୁ କେବେ ଜୀବଜନ୍ତୁ ସେଲ୍‌ଫି ନେବାର ଦେଖିଛନ୍ତି କି? ବିଶ୍ୱାସ ନ ହେଲେ ବି ସତ। ଆଜି ଏମିତି ଦୁଇ ଗରିଲା ସମ୍ପର୍କରେ କହିବୁ ସେମାନେ ବି ସେଲ୍‌ଫି ନେବାରେ ବ୍ୟସ୍ତ। କାଙ୍ଗୋର ଏକ ନ୍ୟାଶନାଲ ପାର୍କରେ ଦୁଇଜଣ ଅଫିସର ସେଲ୍‌ଫି ନେଉଥିଲେ। ଏହି ସମୟରେ ସେହି ପାର୍କରେ ରହୁଥିବା ନଦକାଶି ଏବଂ ମାତବିଶି ନାମକ ଦୁଇଟି ଗରିଲା ଏହା ଦେଖି ଅଫିସର ଦୁଇଜଣଙ୍କ ସହ ଠିଆ ହୋଇ ସେଲ୍‌ଫି ନେଉଥିବା ଫଟୋରୁ ଜଣାପଡୁଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ବହୁଳମାତ୍ରାରେ ଶେୟାର ବି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆଫ୍ରିକାର ସବୁଠୁ ପୁରୁଣା ପାର୍କ ବିରୁଙ୍ଗା। ଏଠାରେ ବିଶ୍ୱର ଏକ ତୃତୀୟାଂଶ ଗରିଲା ଅଛନ୍ତି। ଏହି ସେଲ୍‌ଫି ଆଣ୍ଟି ପଚିଂ ଗ୍ରୁପ୍‌ ନାମକ ଏକ ଫେସବୁକ୍‌ ପେଜ୍‌ରେ ଶେୟାର କରାଯାଇଛି। ଏହି ପୋଷ୍ଟକୁ ଏବେସୁଦ୍ଧା ୧୮ ହଜାର ଲୋକ ଶେୟାର କରିଥିବାବେଳେ ୧୯ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଏହା ସହିତ କମେଣ୍ଟ ବି କିଛି କମ୍‌ ନୁହେଁ।

Share