Posted inଜାତୀୟ

ମଣିଷଖିଆ ଗଧିଆକୁ ମାରିଦେଲେ…..

ଉତ୍ତରପ୍ରଦେଶ,୬।୧୦: ଶେଷରେ ଗ୍ରାମବାସୀଙ୍କ ହାତେରେ ଗଲା ମଣିଷଖିଆ ଗଧିଆ ଜୀବନ। ମଣିଷଖିଆ ଗଧିଆକୁ ପିଟିପିଟି ମାରିଦେଲେ ଗ୍ରାମବାସୀ
ଉତ୍ତରପ୍ରଦେଶର ବାହରିଚ୍‌ରେ ଆତଙ୍କ ଖେଳାଇଥିବା ଗଧିଆକୁ ଗ୍ରାମବାସୀ ପିଟିପିଟି ମାରିଥିବା ବେଳେ ବନ ବିଭାଗ ମୃତଦେହ ଜବତ କରିଛି। ୬ଷ୍ଠ ତଥା ଶେଷ ଗଧିଆର ମୃତ ହୋଇଛି। ଖବରପାଇ ବନବିଭାଗ ମୃତଦେହ ଜବତ କରିଛି। କିଛି ମାସ ହେବ ଆଖପାଖ ଗାଁରେ ଆତଙ୍କ ଖେଳାଇଥିଲେ ୬ଟି ଗଧିଆ।୯ ଜଣଙ୍କୁ ମାରିବା ସହ ଓ ୪୦ରୁ ଅଧିକଙ୍କୁ ଆକ୍ରମଣ କରିଥିଲା।
ବନ ବିଭାଗ ୫ଟି ଗଧିଆଙ୍କୁ କାବୁ କରି ସାରିଥିବା ବେଳେ ଶେଷ ବା ୬ ନମ୍ବର ଗଧିଆ ନାକେଦମ କରିଥିଲା। ଏହି ଗଧିଆକଙ୍କ ସର୍ଦ୍ଦାରକୁ ଖୋଜିବାକୁ ଡ୍ରୋନ ଲଗାଯାଇଥିଲା। ହେଲେ ବ ତାକୁ କାବୁ କରାଯାଇ ପାରି ନ ଥିଲା।

ଗତ କିଛି ଦିନ ହେବ ଉତ୍ତରପ୍ରଦେଶର ବାହାରିଚ୍ ଗଧିଆଙ୍କ ଉପଦ୍ରବ ଦେଖି ରାଜ୍ୟ ସରକାର ତାକୁ ଦେଖିଲା ମାତ୍ରକେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ କିନ୍ତୁ ବନ ବିଭାଗ ଦିନେ ଦୁଇ ଦିନ ମଧ୍ୟରେ ଗଧିଆ ଧରା ନପଡିଲେ, ସେମାନଙ୍କୁ ଦେଖିବା ମାତ୍ରକେ ଗୁଳି କରାଯିବ ବୋଲି କହିଥିଲେ । ପୂର୍ବରୁ ୫ ଗଧିଆଙ୍କୁ ଧରିଥିବା ବେଳେ ଆଜି ଆଉ ଗୋଟେ ଗଧିଆକୁ ଧରିଛି ବନ ବିଭାଗ । ଆ୫

୫ ଗଧିଆ ଆତଙ୍କ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ବିଶେଷକରି ପିଲାମାନଙ୍କୁ ବାହାରକୁ ଛଡାଯାଉ ନ ଥିଲା,। ସ୍କୁଲକୁ ବି କେହି ଯାଉନାହାନ୍ତି । କ୍ଷେତ ଜଗିବାକୁ ଚାଷୀମାନେ ବି ଭୟ କରୁଥିଲେ । ହାଟବଜାର ଅଧିକାଂଶ ସମୟ ବନ୍ଦ ରହୁଥିବା ବେଳେ ଲୋକେ ଗାଁରେ ଖୋଲିଥିବା କିଛି ଅସ୍ଥାୟୀ ଦୋକାନରୁ ସଉଦାପତ୍ର କିଣି କାମ ଚଳାଉଛନ୍ତି । ଗାଁ ଲୋକେ ଛୋଟ ଛୋଟ ଗ୍ରୁପ୍ ଗଠନ କରି ପାଳି କରି ପାଟ୍ରୋଲିଂ କରୁଛନ୍ତି ।

ବାହାରିଚ୍ ଏବଂ ତାର ଆଖପାଖ ୪ଟି ଜିଲାରେ ଗଧିଆ ଘଉଡ଼ାଇବା ଅଭିଯାନ ଚଳାଇଛି ବନ ବିଭାଗ । ଡ୍ରୋନ୍ କ୍ୟାମେରା ଦ୍ବାରା ଗଧିଆଙ୍କ ଗତିବିଧି ଜାଣି ପଦକ୍ଷେପ ନେଉଥିଲେ ବନ କର୍ମଚାରୀ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri