ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‌ଯାପିତ ପଞ୍ଚୁପାଣ୍ଡବଙ୍କ ନାମରେ ଯଜ୍ଞକୁଣ୍ଡ

ଗଣିଆ,୩।୧୨(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକ ମା’ କଳାପାଟ ପୀଠ ପରିସରରେ ଗତ ୩ଦିନ ଧରି ଚାଲୁ ରହିଥିବା ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ସୋମବାର ଓଢ଼ଣଷଷ୍ଠୀ ତିଥିରେ ପଞ୍ଚକୁଣ୍ଡୀୟ ମହାଯଜ୍ଞର ପୂର୍ଣ୍ଣାହୁତି ସହ ଉଦ୍‌ଯାପିତ ହୋଇଯାଇଛି। ସ୍ବର୍ଗତ ସିଦ୍ଧଯୋଗୀ ବାବା ରାମଦାସଙ୍କର ୬୯ତମ ଜନ୍ମ ଉତ୍ସବ ଉପଲକ୍ଷେ ୨୭ତମ ବିଶ୍ୱଶାନ୍ତି ମହାଯଜ୍ଞର ଅନ୍ତିମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ସୂର୍ଯ୍ୟନାରାୟଣ ପୂଜା, ଦ୍ୱାରପାଳ ପୂଜା, ଗୁରୁ ପୂଜା, ସାଧୁ ପୂଜନ କରାଯାଇଥିଲା। ଭଜନ ମଣ୍ଡପରେ ମହାଯଜ୍ଞରେ ଯୋଗଦେଇଥିବା ସାଧୁସନ୍ଥମାନଙ୍କୁ ନେଇ ସୁଧର୍ମା ସଭାର ଆୟୋଜନ କରାଯାଇଥିଲା ା ସଭାସ୍ଥଳୀରେ ଉପସ୍ଥିତ ୭୦୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥ, ଦିବ୍ୟାଙ୍ଗ, ଗରିବ ଓ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଲୁଗା, ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା ା ପରେ ସଭାସ୍ଥଳୀରୁ ବାବା ରାମଦାସଙ୍କର ସ୍ବର୍ଣ୍ଣ ପାଦୁକାକୁ ଭକ୍ତ ଆଦିତ୍ୟ ନାରାୟଣ ସୁପକାର ଓ ତାଙ୍କ ଧର୍ମପନତ୍ୀ ମସ୍ତକରେ ଧରି ଯଜ୍ଞମଣ୍ଡପକୁ ନେଇଯାଇଥିଲେ। ଏହାପରେ ପଞ୍ଚକୁଣ୍ଡୀୟ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ଆରମ୍ଭ ହୋଇଥିଲା ା ପଞ୍ଚକୁଣ୍ଡୀୟ ମହାଯଜ୍ଞର ପୂର୍ବରେ ଅର୍ଜ୍ଜୁନ, ପଶ୍ଚିମରେ ନକୁଳ, ଉତ୍ତରରେ ସହଦେବ, ଦକ୍ଷିଣରେ ଭୀମ ଓ ମଧ୍ୟମସ୍ଥଳରେ ଯୁଧିଷ୍ଠିର ମହାରାଜଙ୍କର ନାମରେ ଯଜ୍ଞକୁଣ୍ଡ ନିର୍ମାଣ କରାଯାଇ ବିଶ୍ୱର କଲ୍ୟାଣ ନିମିତ ଘୃତାହୁତି ପ୍ରଦାନ କରାଯାଇଥିଲା ା ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଆୟୋଜକ କମିଟିର ସଭାପତି ଅଜୟ ପଟ୍ଟନାୟକ, ପାର୍ଥସାରଥୀ ମହାନ୍ତି, ଧୀରେନ୍ଦ୍ର ପାଣିଗ୍ରାହୀ, ଦେବ ସାମନ୍ତରା, ନିର୍ମଳ ପଟ୍ଟନାୟକ, ବାବାଙ୍କ ପଟଶିଷ୍ୟ ତଥା ସନ୍ଥସେବକ ଭକ୍ତ ଲଳିତ ନାରାୟଣ ଓ ଶୋଭନ ମହାକୁଡଙ୍କ ସମେତ ବହୁ ଶ୍ରଦ୍ଧାଳୁ ଆହୁତି ଅର୍ପଣ କରିଥିଲେ ା ୩ଦିନ ଧରି ଅନୁଷ୍ଠିତ ମହାଯଜ୍ଞରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହେବା ସହ ବହୁ ଅସ୍ଥାୟୀ ଦୋକାନ ଖୋଲିଥିବା ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଖଣ୍ଡପଡା ଏସଡିପିଓ ଶ୍ରୀନିବାସ ମହାନ୍ତି, ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, ଏସଆଇ ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏଥିସହ ଜିଲା ଓ ବ୍ଲକ ପ୍ରଶାସନର ପଦାଧିକାରୀଙ୍କ ସମେତ ଗଣିଆ ତହସିଲଦାର ମିତାଲି ପାତ୍ର, ଅଗ୍ନିଶମ ଅଧିକାରୀ ସାନନ୍ଦ ଜେନା ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିଥିଲେ ା ସେହିପରି ଭୁବନେଶ୍ୱରସ୍ଥିତ ଓଁ ସତ୍ୟଶାନ୍ତି ସେବାଶ୍ରମ ମହାଯଜ୍ଞକୁ ପରିଚାଳନା କରିଥିବା ବେଳେ ରାସଙ୍ଗ, ଛାମୁଣ୍ଡିଆ ପଞ୍ଚାୟତର ବହୁ ଶ୍ରଦ୍ଧାଳୁଙ୍କ ସମେତ ମାଳତିପୁଟ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ା