ମଙ୍ଗଳାଯୋଡ଼ିରେ ଜୈବ ବିବିଧତା ଆଲୋଚନାଚକ୍ର; ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଟାଙ୍ଗୀ (ଖୋର୍ଦ୍ଧା),୭ା୧୧ (ଡି.ଏନ.ଏ.): ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡି ପଞ୍ଚାୟତରେ ବୁଧବାର ଜୈବ ବିବିଧତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱପ୍ରସିଦ୍ଧ ଚିଲକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଯୋଗୁ ସରକାରଙ୍କ ତରଫରୁ ନଳବଣକୁ ପକ୍ଷୀ ଅଭୟାରଣ୍ୟ ମାନ୍ୟତା ଦିଆଯାଇଛି। ଚିଲିକା ଉପକୂଳରେ ଅବସ୍ଥିତ ମଙ୍ଗଳାଯୋଡିରେ ପର୍ଯ୍ୟାପ୍ତ ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କ ସମାଗମକୁ ଲକ୍ଷ୍ୟକରି ଏହି ଗ୍ରାମକୁ ପରିବେଶ ପର୍ଯ୍ୟଟନ ସ୍ଥଳ ରୂପେ ଘୋଷଣା କରାଯାଇ ବହୁ ବିକାଶମୂଳକ କାର୍ଯ୍ୟ କରାଯାଉଛି। ନିକଟସ୍ଥ ପାହାଡ ଉପରେ ପର୍ଯ୍ୟଟକଙ୍କ ରହଣି ପାଇଁ ପ୍ରକୃତି ନିବାସ ନାମରେ ଏକ ଅତିଥି ଭବନ ନିର୍ମାଣ କରାଯାଇଛି। ଏଥିରେ କିଛି ତ୍ରୁଟି ବିଚ୍ୟୁତି ହେଉଥିବା ଲକ୍ଷ୍ୟ କରି ସ୍ଥାନୀୟ ସରପଞ୍ଚଙ୍କ ତରଫରୁ ଏକ ପରିଚାଳନା କମିଟି ଗଠନ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ସମେତ ବନ୍ୟପ୍ରାଣୀ ବିଭାଗର କର୍ମକର୍ତ୍ତା ଉପସ୍ଥିତ ରହି ଗ୍ରାମର ସାମୂହିକ ବିକାଶରେ ସରକାରୀ ଅନୁଦାନର ସଦ୍‌ଉପଯୋଗ ଓ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦିଗରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ। ବୈଠକରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ଜେନା, ବାଲୁଗାଁ ବନଖଣ୍ଡ ବନ୍ୟପ୍ରାଣୀ ଅଧିକାରୀ ଆଲୋକ ରଞ୍ଜନ ହୋତା, ଟାଙ୍ଗୀ ବନାଞ୍ଚଳ ବନ୍ୟପ୍ରାଣୀ ଅଧିକାରୀ ଚୁଡାମଣି ମୁର୍ମୁ, ଜିଲାପରିଷଦ ସଭ୍ୟ ସ୍ବଦେଶ ରାଉତରାୟ, ଏମ୍‌ପିଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ, ମଙ୍ଗଳାଯୋଡି ସରପଞ୍ଚ ଜ୍ୟୋତିର୍ମୟୀ ବେହେରା, ସମିତିସଭ୍ୟା ରଚନା ମଲ୍ଲିକ, ସୁନ୍ଦରପୁର ସରପଞ୍ଚ ମମତା ଦେଈ, ସମିତିସଭ୍ୟ ଯୁଧିଷ୍ଠିର ସାହୁ, ଟାଙ୍ଗୀ ସମିତି ସଭ୍ୟ ଶାନ୍ତନୁ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମତାମତ ଉପସ୍ଥାପନ କରିଥିଲେ। ୭ଦିନ ମଧ୍ୟରେ ପ୍ରତ୍ୟେକ ୱାର୍ଡରେ ସର୍ବସମ୍ମତ କମିଟି ତାଲିକା ପ୍ରଦାନ କରିବାକୁ ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହୋତା ସ୍ଥାନୀୟ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri