Posted inଜାତୀୟ

ମଙ୍ଗଳବାରଠୁ ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍‌ ଚଳାଚଳ

ନୂଆଦିଲ୍ଲୀ,୧୧।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ ଧୀରେ ସ୍ବାଭାବିକ ହେବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିଷ୍ପତ୍ତି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡ଼ା ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ଅନୁମତି ମିଳିଛି। ଏହି ଟ୍ରେନ୍‌ଗୁଡିକ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଯାତ୍ରାକରିବ। ନୂଆଦିଲ୍ଲୀଠାରୁ ଟ୍ରେନ୍‌ଗୁଡିକ ଦିବ୍ରୁଗଡ଼, ଅଗରତାଲା, ହାଓଡା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ଥିରୁଭାନନ୍ତପୁରମ, ମାଡଗାଓଁ, ମୁମ୍ବାଇ, ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜମ୍ମୁତାଓ୍ବି ମଧ୍ୟରେ ଚଳାଚଳ କରିବ।
ଟ୍ରେନ୍‌ଗୁଡିକରେ ଯାତ୍ରା ଲାଗି ସୋମବାର ୪ଟା ପରଠାରୁ ବୁକିଂ ଆରମ୍ଭ ହେବ। ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି) ଓ୍ବେବ୍‌ସାଇଟରୁ ଲୋକମାନେ ଏ ନେଇ ଟିକେଟ ବୁକିଂ କରିପାରିବେ। ଏହି ସମୟରେ ଷ୍ଟେଶନଗୁଡିକରେ ଥିବା ଟିକେଟ କାଉଣ୍ଟର ବନ୍ଦ ରହିଥିବାରୁ ପ୍ଲାଟ୍‌ଫର୍ମ ଟିକେଟ ଉପଲବ୍ଧ ହେବ ନାହିଁ। ବୈଧ ବା କନ୍‌ଫର୍ମ ଟିକେଟ ଥିବା ଲୋକମାନେ କେବଳ ପ୍ଲାଟ୍‌ଫର୍ମରେ ପ୍ରବେଶ କରିପାରିବେ। ଯାତ୍ରୀମାନେ ମାସ୍କ ଲଗାଇବା ବାଧ୍ୟତାମୂଳକ ହେବ। ଯାତ୍ରା କରିବାକୁ ଥିବା ଲୋକଙ୍କ ସ୍କ୍ରିନିଂ ମଧ୍ୟ କଡ଼ାକଡ଼ି ହେବ। ଯେଉଁ ଲୋକଙ୍କଠାରେ କୌଣସି ଲକ୍ଷଣ ଜଣା ପଡିବ ନାହିଁ ସେମାନଙ୍କୁ ହିଁ ଟ୍ରେନ୍‌ ଯାତ୍ରାର ସୁଯୋଗ ମିଳିବ। ଟ୍ରେନ ଚଳାଚଳ ନେଇ ସୂଚୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବ ବୋଲି ସୂଚନା ରହିଛି।
ପରବର୍ତ୍ତୀ ପର୍ଯ୍ୟାୟରେ ରେଳପଥ ପକ୍ଷରୁ ନୂଆ ରୁଟ୍‌ଗୁଡ଼ିକରେ ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବା ନେଇ ବ୍ୟବସ୍ଥା କରାଯିବ। କୋଚ୍‌ ଉପଲବ୍ଧତା ବିଚାର କରି ଏଭଳି ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ଅଧୀନ ରେଲଓ୍ବେର ୨୦ ହଜାର କୋଚ୍‌କୁ କେୟାର ସେଣ୍ଟର ଭାବେ ସଂରକ୍ଷଣ କରାଯାଇଛି। ଫସି ରହିଥିବା ଶ୍ରମିକଙ୍କ ଲାଗି ପ୍ରତିଦିନ ପ୍ରାୟ ୩୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଇବାକୁ ପର୍ଯ୍ୟାପ୍ତ ସଂଖ୍ୟକ କୋଚ୍‌ ବ୍ୟବସ୍ଥା କରାଯାଇଛି ବୋଲି ରେଳପଥ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri