ସିନାପାଲି,୨୦।୫ (ଡି.ଏନ.ଏ)- ନୂଆପଡା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଁଚେତ୍ ମକଡଦମପଡା ଗାଁବାସୀ ନିରମଲ ପାଏନ୍ ଅଭାବୁ ଫ୍ଲୋରାଇଡ୍ ମିଶା ପାଏନ୍ ପିଇ ଅନେକ ଲୋକ୍ କିଡ଼୍ନୀ ରୋଗ୍ରେ ମରିଥିଲାବେଲେ ବଡ଼ଭାଗୀ ଲୋକ ପୀଡ଼ିତ ଅଛନ୍।
ସୂଚନା ଅନ୍ସାରେ ସିନାପାଲି ବ୍ଲକ ସଦରନୁ ମକଡ଼ଦମପଡ଼ା ଗାଁଟା ୧୨ କି.ମି. ଦୂରେ ରହିଛେ। ଗାଁର ସଭେ ଆଦିବାସୀ ସମାଜର ହେଇଥିଲାବେଲେ ୫୦ଟା ପରିବାରର ପାଖାପାଖି ୨ଶହ ଲୋକ୍ ବାସ କରୁଛନ୍। ସଭେ ନିହାତି ଗରିବ୍ ହେଇଥିଲାବେଲେ ଜଂଗଲଜାତ ଦରବ୍ ଉପରେ ନିରଭର କରି ନିଜର ଜୀବନ୍ ଜୀବ୍କା ଚଲଉଛନ୍। ଗାଁରେ ବଡ଼ଭାରି ପିଇଲା ପାଏନ୍ ସମସିଆ ରହିଛେ। ଗାଁବାସୀକର ବେଭାର ଲାଗି ଗାଁରେ ୨ଟା ନଲ୍ଚୁଆଁ ରହିଛେ। ସେଥ୍ରୁ ଗୁଟେ ଅଚଲ ଥିଲାବେଲେ ଗୁଟେ ନଲ୍ଚୁଆଁ ଉପରେ ଗାଁଯାକ ଲୋକ୍ ନିରଭର କରୁଛନ୍। ହେଲେ ସେ ନଲ୍ଚୁଆଁରୁ ବହୁତ୍ ପରିମାନର ଫ୍ଲୋରାଇଡ୍ ମିଶା ପାଏନ୍ ବାହାରୁଛେ। ଗାଁବାସୀ ଇ ପାଏନ୍କେ ବେଭାର କରି ନାନା ରୋଗ୍ରେ ପୀଡ଼ିତ ହେଉଛନ୍। ଏନ୍ତା କି ଗଁାରେ ଅନେକ୍ ଲୋକ୍ କିଡ଼୍ନୀ ରୋଗ୍ରେ ମରିଥିଲାବେଲେ ଆରକେତେ ଜୀବନ୍ ମରନ୍ ସଂଗେ ଯୁଝୁଛନ୍। ଗାଁବାସୀ ପିଇଲା ପାଏନ୍ ସମସିଆକେ ନେଇ ବାରବାର ପରଶାସନକେ ଗୁହାରିକଲାରୁ ସିନାପାଲି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫୁ ୨୦୧୩-୧୪ ସାଲେ ଗୁଟେ ପାଏନ୍ ପ୍ରକଳ୍ପର ଥାପନା କରାଯାଇଛେ। ହେଲେ ଦୁଖର କଥା ଏତେ ସବୁ ଘଟି ଗଲା ଉତାରୁ ବି ପରଶାସନର ଚେତା ନାଇଁ ପସବାର। ପ୍ରକଳ୍ପ ଆଏଜ୍ତକ୍ କାଯ୍କ୍ଷମ ନାଇଁ ହେଇପାରି। ଇଆଡ଼େ ୨୦୧୧ ସାଲୁ ଆଏଜ୍ତକ୍ କିଡ଼୍ନୀ ରୋଗ୍ରେ ଆକ୍ରଁାତ ହେଇ ଗଁାର ଖାତି ମାଝୀ (୫୫), ଅକବଳ ମାଝୀ (୫୩), ସୁଲୋଚନା ମାଝୀ (୪୫), ଉପେନ୍ଦ୍ର ମାଝୀ (୩୦), ଦିଗବଲ ମାଝୀ (୪୬), କମଳେ ମାଝୀ (୫୫), କୁସୁମା ମାଝୀ (୨୫), ସୁଦର୍ଶନ ମାଝୀ (୫୦), ବଗଡିଆ ମାଝୀ (୪୨) ଓ କାର୍ତ୍ତିକ ମାଝୀ (୬୦) ଏପରି ୧୦ ଝନ୍କର ମୁରତୁ ହେଇଛେ। ସେନ୍ତା ଗାଁର ପକ୍ଷୀରାମ ମାଝୀ, ଉଷାବତୀ ମାଝୀ, ସତିକା ମାଝୀ, ଲକ୍ଷ୍ମୀଧର ମାଝୀ, କ୍ଷୀର ମାଝୀ, ବୈଶାଖୁ ମାଝୀ, ରୁପସିଂ ମାଝୀ, ତୁଳାରାମ ମାଝୀ, ନିରଞ୍ଜନ ମାଝୀ, ରଣସାଏ ମାଝୀ, ସୁବାଷ ମାଝୀ, ରୁଖ ମାଝୀ, ପିଲଟେଶ୍ୱର ମାଝୀ, କପୁର ମାଝୀ, ହୀରାମନ ମାଝୀ ସମେତ ଅନେକ ଲୋକ୍ କିଡ଼୍ନୀ ରୋଗ୍ରେ ପୀଡ଼ିତ ଥିବାର ଜନାଯାଇଛେ। ପିଇଲା ପାଏନ୍ରେ ଫ୍ଲୋରାଇଡ୍ର ପରିମାନ ଲିଟର ପିଛା ୦.୫ରୁ ୧.୦ ମି.ଗ୍ରା ହେଲେ ଚଲବା। ହେଲେ ଇତାରନୁ ଅଧ୍କା ହେଲେ ମୁନୁଷ୍ ଲାଗି ବିପଦ୍ ରହିଛେ। ଆରଡବ୍ଲୁଏସ୍ଏସ୍ ତରଫୁ ଜିଲାରେ କରାଯାଇଥିବାର ଗୁଟେ ସର୍ଭେ ହିସାବେ ଇ ଗାଁର ପାଏନ୍ରେ ଫ୍ଲୋରାଇଡ୍ ଲିଟର ପିଛା ୩.୦ ମି.ଗ୍ରାରୁ ଅଧ୍କା ରହିଛେ। ଇ ଫ୍ଲୋରାଇଡ୍ ମିଶା ପାଏନ୍ ବେଭାରଟା ଏହେଦେ ମକଡ଼ଦମପଡ଼ା ଗାଁବାସୀକର ଲାଗି ଅଭିସାପ ପାଲଟିଯାଇଛେ। ଇ ବାବ୍ଦେ ନୂଆପଡ଼ା ଜିଲା ମୁଖିଆ ଚିକିତ୍ସା ଅଧ୍କାରୀ ପ୍ରଭାସିନୀ ବ୍ରହ୍ମାକୁଁ ପଚରାଲାରୁ ଇ ବାବ୍ଦେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧ୍କାରୀକୁଁ କହିଛେଁ। ତଦଁତ୍ ରିପୋର୍ଟ ଆଏଲେ କାଣା ହେଇଛେ ତାହାର ଉପରେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ସେନ୍ତା ନୂଆପଡ଼ା ଜିଲା ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ବିଭୂ ପ୍ରସାଦ ପଣ୍ଡାକୁଁ ପଚରାଲାରୁ ସିନାପାଲି ଯନ୍ତ୍ରୀକଁର ସଂଗେ ଆଲୋଚନା କରି କାଣା ହେଇଛେ ବୁଝୁଛେଁ। ଯେତେ ଜଲଦି ହେବା ତିଆର ହେଇଥିବାର ପ୍ରକଳ୍ପରୁ ଗଁାବାସୀକୁ ପାଏନ୍ ଯୁଗେଇ ଦେବାର ବେବସ୍ତା କରାଯିବା ବଲି ସେ କହିଥିଲେ।


