ଭୟାବହ ହେଉଛି ଜଙ୍ଗଲ ନିଆଁ

ମେଲବୋର୍ନ,୫।୧(ପି.ଟି.): ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟାବହ ଦୁର୍ବିପାକରେ ପରିଣତ ହୋଇଛି। ନ୍ୟୁ ସାଉଥ୍‌ଓ୍ବେଲ୍ସ, ଭିକ୍ଟୋରିଆ, ଦକ୍ଷିଣ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ସେଠାକୁ ୩୦୦୦ ସୈନ୍ୟଙ୍କ ସମେତ ବିମାନ ଓ ଜାହାଜ ପଠାଇଛନ୍ତି। ଜାନୁୟାରୀ ୧୩ରେ ମୋରିସନଙ୍କର ୪ ଦିନିଆ ଭାରତ ଗସ୍ତ ଥିବାବେଳେ ଏହାକୁ ସେ ସ୍ଥଗିତ ରଖିଛନ୍ତି। ଆଗାମୀ ମାସରେ ସେ ନୂଆଦିଲ୍ଲୀ ସହ କଥା ହୋଇ ସାନି ଗସ୍ତ କାର୍ଯ୍ୟସୂଚୀ ସ୍ଥିର କରିବେ ବୋଲି କହିଛନ୍ତି। ୧୩ ତାରିଖ ଗସ୍ତ ଅବସରରେ ମୋରିସନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଥିଲା।
ଅଧିକାଂଶ ଜଙ୍ଗଲ ଅଞ୍ଚଳରେ ନିଆଁ ବ୍ୟାପକ ଆକାର ଧାରଣ କରିବା ସହ ଅତ୍ୟଧିକ ଉତ୍ତାପ ଓ ପବନ ଯୋଗୁ ସାଧାରଣ ଜୀବନଯାତ୍ରା ଦୁର୍ବିଷହ ହୋଇପଡ଼ିଛି। ନିଆଁ ଲିଭାଇବା ପାଇଁ ପ୍ରଶାସନ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଜାରି ରହିଛି। ଭିକ୍ଟୋରିଆ ଓ ନ୍ୟୁ ସାଉଥ୍‌ଓ୍ବେଲ୍ସରେ ଜରୁରିକାଳୀନ ସତର୍କ ସୂଚନା ଜାରି କରାଯାଇଛି। ନିଆଁଲିଭା କାର୍ଯ୍ୟରେ ହଜାର ହଜାର ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି। ଏହା ସତ୍ତ୍ୱେ ନିଆଁ ଥମିବା ପରିବର୍ତ୍ତେ ଅନ୍ୟ ଅଞ୍ଚଳଗୁଡ଼ିକୁ ବ୍ୟାପିବାରେ ଲାଗିଛି।
ସେପ୍ଟେମ୍ବର ମାସରୁ ଅଷ୍ଟ୍ରେଲିଆର ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ଅତ୍ୟଧିକ ଉତ୍ତାପ ଏବଂ ଦୀର୍ଘମାସ ଧରି ଅନାବୃଷ୍ଟି ଲାଗିରହିଥିବାରୁ ନିଆଁ ଅନ୍ୟ ଅଞ୍ଚଳକୁ ମାଡ଼ିଚାଲିଥିବାବେଳେ ଗତ ସପ୍ତାହରୁ ଏହା ବିପର୍ଯ୍ୟୟ ସ୍ଥିତି ସୃଷ୍ଟି କରିଛି। ଅନେକ ସହରକୁ ଖାଲି କରିଦିଆଗଲାଣି। ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ପାଖାପାଖି ୬ ନିୟୁତ ହେକ୍ଟର ଜଙ୍ଗଲ, ପାର୍କ ପୋଡ଼ିଗଲାଣି। ନ୍ୟୁ ସାଉଥଓ୍ବେଲ୍ସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ୪ ନିୟୁତ ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ ସାଙ୍ଗକୁ ୧୩୦୦ରୁ ଅଧିକ ଘର ଜଳିଯାଇଛି। ହଜାର ହଜାର ଲୋକ ବାସହରା ହୋଇ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ୧୩୦ରୁ ଅଧିକ ଅଞ୍ଚଳରେ ନିଆଁ ଲାଗିଥିବା ଜଣାପଡିଛି। ସେହିପରି ଭିକ୍ଟୋରିଆରେ ଥିବା ଜଙ୍ଗଲ ଅଞ୍ଚଳରେ ନଭେମ୍ବରରୁ ନିଆଁ ଲାଗିଥିବାବେଳେ ଇତିମଧ୍ୟରେ ୮ ଲକ୍ଷ ହେକ୍ଟର ଜଳିଗଲାଣି। ମାଲାକୁଟା ସହରର ଲୋକମାନେ ଡିସେମ୍ବର ୩୧ରେ ଘର ଛାଡ଼ି ବେଳାଭୂମି ଅଞ୍ଚଳକୁ ପଳାଇଥିଲେ। ପ୍ରାୟ ୧୦୦୦ ପର୍ଯ୍ୟଟକଙ୍କୁ ନୌସେନା କର୍ମଚାରୀ ଉଦ୍ଧାର କରି ଉପକୂଳ ସହରକୁ ନେଇଯାଇଛନ୍ତି। ଆଡିଲେଡ ପାର୍ବତ୍ୟାଞ୍ଚଳରେ ଶତାଧିକ ଘର ଜଳିଯାଇଛି। ଜଙ୍ଗଲ ନିଆଁରେ ଦୁଇଟି ସବ୍‌ଷ୍ଟେଶନ ଜଳିଯିବା ଫଳରେ ସିଡ୍‌ନୀ ଓ ଅନ୍ୟ କେତେକ ସହରକୁ ବିଦ୍ୟୁତ୍‌ ସରବରାହ ପ୍ରଭାବିତ ହୋଇଛି। ସ୍ଥିତି ଖରାପ ହେଲେ ବିଦୁତ୍‌ କାଟ କରାଯିବ ବୋଲି ସରକାର ସତର୍କ କରାଇଦେଇଛନ୍ତି। ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀଙ୍କ ସମେତ ସୈନ୍ୟଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri