ଭୟାବହ ହେଉଛି ଜଙ୍ଗଲ ନିଆଁ

ମେଲବୋର୍ନ,୫।୧(ପି.ଟି.): ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟାବହ ଦୁର୍ବିପାକରେ ପରିଣତ ହୋଇଛି। ନ୍ୟୁ ସାଉଥ୍‌ଓ୍ବେଲ୍ସ, ଭିକ୍ଟୋରିଆ, ଦକ୍ଷିଣ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ସେଠାକୁ ୩୦୦୦ ସୈନ୍ୟଙ୍କ ସମେତ ବିମାନ ଓ ଜାହାଜ ପଠାଇଛନ୍ତି। ଜାନୁୟାରୀ ୧୩ରେ ମୋରିସନଙ୍କର ୪ ଦିନିଆ ଭାରତ ଗସ୍ତ ଥିବାବେଳେ ଏହାକୁ ସେ ସ୍ଥଗିତ ରଖିଛନ୍ତି। ଆଗାମୀ ମାସରେ ସେ ନୂଆଦିଲ୍ଲୀ ସହ କଥା ହୋଇ ସାନି ଗସ୍ତ କାର୍ଯ୍ୟସୂଚୀ ସ୍ଥିର କରିବେ ବୋଲି କହିଛନ୍ତି। ୧୩ ତାରିଖ ଗସ୍ତ ଅବସରରେ ମୋରିସନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଥିଲା।
ଅଧିକାଂଶ ଜଙ୍ଗଲ ଅଞ୍ଚଳରେ ନିଆଁ ବ୍ୟାପକ ଆକାର ଧାରଣ କରିବା ସହ ଅତ୍ୟଧିକ ଉତ୍ତାପ ଓ ପବନ ଯୋଗୁ ସାଧାରଣ ଜୀବନଯାତ୍ରା ଦୁର୍ବିଷହ ହୋଇପଡ଼ିଛି। ନିଆଁ ଲିଭାଇବା ପାଇଁ ପ୍ରଶାସନ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଜାରି ରହିଛି। ଭିକ୍ଟୋରିଆ ଓ ନ୍ୟୁ ସାଉଥ୍‌ଓ୍ବେଲ୍ସରେ ଜରୁରିକାଳୀନ ସତର୍କ ସୂଚନା ଜାରି କରାଯାଇଛି। ନିଆଁଲିଭା କାର୍ଯ୍ୟରେ ହଜାର ହଜାର ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି। ଏହା ସତ୍ତ୍ୱେ ନିଆଁ ଥମିବା ପରିବର୍ତ୍ତେ ଅନ୍ୟ ଅଞ୍ଚଳଗୁଡ଼ିକୁ ବ୍ୟାପିବାରେ ଲାଗିଛି।
ସେପ୍ଟେମ୍ବର ମାସରୁ ଅଷ୍ଟ୍ରେଲିଆର ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ଅତ୍ୟଧିକ ଉତ୍ତାପ ଏବଂ ଦୀର୍ଘମାସ ଧରି ଅନାବୃଷ୍ଟି ଲାଗିରହିଥିବାରୁ ନିଆଁ ଅନ୍ୟ ଅଞ୍ଚଳକୁ ମାଡ଼ିଚାଲିଥିବାବେଳେ ଗତ ସପ୍ତାହରୁ ଏହା ବିପର୍ଯ୍ୟୟ ସ୍ଥିତି ସୃଷ୍ଟି କରିଛି। ଅନେକ ସହରକୁ ଖାଲି କରିଦିଆଗଲାଣି। ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ପାଖାପାଖି ୬ ନିୟୁତ ହେକ୍ଟର ଜଙ୍ଗଲ, ପାର୍କ ପୋଡ଼ିଗଲାଣି। ନ୍ୟୁ ସାଉଥଓ୍ବେଲ୍ସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ୪ ନିୟୁତ ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ ସାଙ୍ଗକୁ ୧୩୦୦ରୁ ଅଧିକ ଘର ଜଳିଯାଇଛି। ହଜାର ହଜାର ଲୋକ ବାସହରା ହୋଇ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ୧୩୦ରୁ ଅଧିକ ଅଞ୍ଚଳରେ ନିଆଁ ଲାଗିଥିବା ଜଣାପଡିଛି। ସେହିପରି ଭିକ୍ଟୋରିଆରେ ଥିବା ଜଙ୍ଗଲ ଅଞ୍ଚଳରେ ନଭେମ୍ବରରୁ ନିଆଁ ଲାଗିଥିବାବେଳେ ଇତିମଧ୍ୟରେ ୮ ଲକ୍ଷ ହେକ୍ଟର ଜଳିଗଲାଣି। ମାଲାକୁଟା ସହରର ଲୋକମାନେ ଡିସେମ୍ବର ୩୧ରେ ଘର ଛାଡ଼ି ବେଳାଭୂମି ଅଞ୍ଚଳକୁ ପଳାଇଥିଲେ। ପ୍ରାୟ ୧୦୦୦ ପର୍ଯ୍ୟଟକଙ୍କୁ ନୌସେନା କର୍ମଚାରୀ ଉଦ୍ଧାର କରି ଉପକୂଳ ସହରକୁ ନେଇଯାଇଛନ୍ତି। ଆଡିଲେଡ ପାର୍ବତ୍ୟାଞ୍ଚଳରେ ଶତାଧିକ ଘର ଜଳିଯାଇଛି। ଜଙ୍ଗଲ ନିଆଁରେ ଦୁଇଟି ସବ୍‌ଷ୍ଟେଶନ ଜଳିଯିବା ଫଳରେ ସିଡ୍‌ନୀ ଓ ଅନ୍ୟ କେତେକ ସହରକୁ ବିଦ୍ୟୁତ୍‌ ସରବରାହ ପ୍ରଭାବିତ ହୋଇଛି। ସ୍ଥିତି ଖରାପ ହେଲେ ବିଦୁତ୍‌ କାଟ କରାଯିବ ବୋଲି ସରକାର ସତର୍କ କରାଇଦେଇଛନ୍ତି। ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀଙ୍କ ସମେତ ସୈନ୍ୟଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri