Posted inଜାତୀୟ

ଭୟରେ ଛତ୍ରଭଙ୍ଗ

ନୂଆଦିଲ୍ଲୀ,୮ା୭(ପି.ଟି.): ପୁଲ୍‌ଓ୍ବାମାରେ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ପରେ ଭାରତୀୟ ବାୟୁସେନା ଫେବୃୟାରୀ ୨୬ରେ ବାଲାକୋଟରେ ଥିତ୍ବା ସେମାନଙ୍କ ପ୍ରଶିକ୍ଷଣ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଏହା ପରେ ପାକିସ୍ତାନୀ ଆତଙ୍କବାଦୀ ଛତ୍ରଭଙ୍ଗ ଦେଇ ଆଫଗାନିସ୍ତାନରେ ତାଲିମ ନେଉଥିବା ଏକ ଗୋଇନ୍ଦା ସୂଚନାରୁ ଜଣାପଡିଛି। ଜେଇଏମ୍‌ ଏବଂ ଲଶ୍କର-ଇ-ତୋଇବାର କ୍ୟାଡର ଆତଙ୍କବାଦୀମାନେ ଏବେ ଆଫଗାନିସ୍ତାନର କୁନାର, ନଙ୍ଗରହାର, ନୁରିସ୍ତାନ ଓ କାନ୍ଦାହାରକୁ ପଳାଇଥିବା ଗୋଇନ୍ଦା ସୂଚନା ମିଳିବା ପରେ କାବୁଲ ଓ କାନ୍ଦାହାରରେ ଥିବା ଭାରତୀୟ ଦୂତାବାସ ଓ କାର୍ଯ୍ୟାଳୟକୁ ହାଇଆଲର୍ଟରେ ରଖାଯାଇଛି।
ପାକିସ୍ତାନର ମନଶେରାରେ ଥିତ୍ବା ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ମିରାଜ ଯୁଦ୍ଧବିମାନ ଆକ୍ରମଣ କରିଥିଲା। ପାକିସ୍ତାନର ଜେଇଏମ୍‌ ଓ ଲଶ୍କର ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନର ତାଲିବାନ, ହକ୍କାନି ନେଟଓ୍ବର୍କ ସହ ହାତ ମିଳାଇଥିବା ଜଣାପଡିଛି। ପାକିସ୍ତାନ ସୀମାରେ ଥିବା ଡୁରାଣ୍ଡ ଲାଇନ୍‌ରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ସେଥିପାଇଁ ଗତ ୧ ଓ ୨ ତାରିଖରେ ପାକିସ୍ତାନ ସରକାର ୧୫ ଲଶ୍କର ନେତା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ୫ଟି ଦାତବ୍ୟ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ହେଁ ଭାରତ ଏହାକୁ ବିଶ୍ୱାସକୁ ନେଉନାହିଁ। ସଶସ୍ତ୍ର ଆତଙ୍କବାଦୀ ସଂଗଠନ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଆହ୍ବାନ ଦେଇଛି।
ଚଳିତ ବର୍ଷ ଶେଷ ଭାଗରେ ପ୍ୟାରିସ୍‌ରେ ଆର୍ଥତ୍କ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ସମ୍ମିଳନୀରେ କଳାତାଲିକାଭୁକ୍ତ ହେବାରୁ ନିଜକୁ ରକ୍ଷାକରିବା ଲାଗି ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସେଥିପାଇଁ ଆତଙ୍କବାଦୀମାନେ ସୀମାନ୍ତ ଡୁରାଣ୍ଡ ଲାଇନ୍‌କୁ ପଳାଇଯାଇଥିବା ଭାରତୀୟ ସୁରକ୍ଷା ଏଜେନ୍ସି ବିଶ୍ୱାସ କରୁଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପାକିସ୍ତାନକୁ ଏଫ୍‌ଏଟିଏଫ୍‌ ଧୂସର (ଗ୍ରେ) ତାଲିକାଭୁକ୍ତ କରିସାରିଛି। ଚଳିତ ମାସ ଆରମ୍ଭରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ ବେଳେ କାବୁଲରେ ଥିବା ଭାରତୀୟ ଦୂତାବାସ ଉପରେ ଜେଇଏମ୍‌ ଆତଙ୍କବାଦୀ ଆକ୍ରମଣ କରିବା ଆଶଙ୍କା ଥିଲା। ବିସ୍ଫୋରକଭର୍ତ୍ତି ଗାଡ଼ି ନେଇ ଉକ୍ତ ଦୂତାବାସ ଉପରେ ଆକ୍ରମଣ ଲାଗି ଆତଙ୍କବାଦୀ କ୍ୱାରି ଓ୍ବାରି ଗୁଲ୍‌କୁ ନିୟୋଜିତ କରାଯାଇଥିଲା। ସେହିପରି କାନ୍ଦାହାରରେ ଥିବା ଭାରତର ବାଣିଜି୍ୟକ ଦୂତାବାସ ଉପରେ ତାଲିବାନ୍‌ ଆକ୍ରମଣ କରିପାରେ ବୋଲି ଗୋଇନ୍ଦା ସତର୍କ କରାଇଥିଲା। ଜୈଶ୍‌ ଆତଙ୍କବାଦୀମାନେ ବହୁସଂଖ୍ୟାରେ ନଙ୍ଗରହାର ପ୍ରଦେଶର କୋଟ୍‌ ଓ ମେମନ୍ଦରା, ହେଲମଣ୍ଡ ପ୍ରଦେଶର ସାଙ୍ଗୁଇନ୍‌ ଓ ମାର୍ଜା, ଗଜ୍‌ନିର ଲୋଗାନ୍‌ ଓ ନଓ୍ବା, ଜୁରମାଟ(ପାକ୍‌ତିଆ), କୁନାର, ଫର୍‌ୟାବ୍‌ ଏବଂ କୁନ୍ଦୁଜ୍‌ ପଳାଇଯାଇଛନ୍ତି। ତାଲିବାନ ଓ ହକ୍କାନି ନେଟଓ୍ବର୍କ ଗତ ଫେବୃୟାରୀରେ ଜେଇଏମ୍‌ ମୁଖ୍ୟ ମୌଲାନା ମାସୁଦ ଆଝାରଙ୍କୁ ଆଶ୍ରୟ ଯାଚିଥିଲା। ଆଝାର ପାକ୍‌ ସେନା ସୁରକ୍ଷାରେ ବାହଓ୍ବଲପୁରରେ ରହୁଥିବାକୁ ଆଫଗାନ୍‌ ଆତଙ୍କବାଦୀ ସଂଗଠନର ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ଜାନୁୟାରୀରେ ଜଲାଲାବାଦ୍‌ରୁ ଆତଙ୍କବାଦୀ ସେଦିକ୍‌ ଆକବର ଓ ଆତାଉଲ୍ଲା ଗିରଫ ହେବା ପରେ ଆଫଗାନିସ୍ତାନରେ ଜେଇଏମ୍‌ ଆତଙ୍କବାଦୀଙ୍କ ଅବସ୍ଥିତି ସମ୍ପର୍କରେ ଗୋଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହି ୨ ଆତଙ୍କବାଦୀଙ୍କୁ କାବୁଲ ଓ କାନ୍ଦାହାରରେ ଥିବା ଭାରତୀୟ କାର୍ଯ୍ୟାଳୟ ଉପରେ ନଜର ରଖିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ବୋଲି ସେମାନେ ଜେରାବେଳେ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri