ଭୋଟ ପୂର୍ବରୁ ଚାଲିଲାଣି ବାକ୍‌ଯୁଦ୍ଧ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ନେଇ ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଶନିବାର ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏହାର ଦିନକ ପରେ ସ୍ଥାନୀୟ ନେତା ସନତ ଗଡତିଆଙ୍କୁ ଭାଜପା ପ୍ରାର୍ଥୀ କରିଛି। ସେହିପରି ଯଥେଷ୍ଟ ପୂର୍ବରୁ କଂଗ୍ରେସ ଦିଲୀପ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ସୋମବାର ନାମାଙ୍କନପତ୍ର ଦାଖଲର ଶେଷଦିନ ହୋଇଥିବାରୁ ଉପରୋକ୍ତ ୩ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ଲଢେଇରେ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ଏଯାବତ୍‌ ଜଣାପଡ଼ି ନାହିଁ। ହେଲେ ଉପନିର୍ବାଚନରେ ମୁଖ୍ୟ ଲଢେଇ ଭାଜପା ଏବଂ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ହେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ଏହି ନିର୍ବାଚନରେ ଆସନ ବଜାୟ ରଖିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି। ଅନୁରୂପ ଭାବେ ପଶ୍ଚିମ ଓଡ଼ିଶାର ସଂସଦୀୟ ଆସନରେ ଦଳ ପାଇଥିବା ସଫଳତା ବିଧାନସଭା ଆସନରେ ପ୍ରତିଫଳିତ କରିବାକୁ ଭାଜପା ଚେଷ୍ଟା କରିବ। କଂଗ୍ରେସ ସ୍ଥିତି ସୁଧାରି ଅଧିକରୁ ଅଧିକ ଭୋଟ୍‌ ହାତେଇବାକୁ ଚେଷ୍ଟା କରିବ ବୋଲି କୁହାଯାଉଛି।
ନିର୍ବାଚନ ରାଜନୀତିରେ କିଏ ବିଜୟ ମୁକୁଟ ପିନ୍ଧିବ, ସେ କଥା ଫଳାଫଳ ପରେ ଜଣାପଡ଼ିବ। ହେଲେ ତା’ପୂର୍ବରୁ ପ୍ରମୁଖ ଦଳ ବରିଷ୍ଠ ନେତାମାନଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ବରଗଡ ଭାଜପା ଏମ୍‌ପି ସୁରେଶ ପୂଜାରୀ ବିଜେଡି ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ରବିବାର ଗଣମାଧ୍ୟମକୁ ସୁରେଶ କହିଛନ୍ତି ଯେ, ନବୀନ ବାବୁ ବିଜେପୁର ଆସନରୁ ଲଢି ପୁଣି ଛାଡିଲେ କାହିଁକି। ନିଜେ ବିଜେପୁର ଦାୟିତ୍ୱ ନେଇଥିଲେ, ଏହି ସମୟରେ ସେହି ଅଞ୍ଚଳର କେତେ ବିକାଶ ହୋଇଛି। ପ୍ରାୟ ବହୁ କୋଟି ଟଙ୍କା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ସ୍ଥିତି କ’ଣ। ଚାଷୀଙ୍କ ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୋନସ୍‌ ଦେବା ପ୍ରତିଶ୍ରୁତି କୁଆଡେ ଗଲା। ଗତ ନିର୍ବାଚନ ସମୟରେ ପୂରଣ ହୋଇଥିବା ବିଜେପୁରରେ ସବୁ ଡାକ୍ତର/ଶିକ୍ଷକ ପଦବୀ ବର୍ତ୍ତମାନ ଖାଲି କ’ଣ ପାଇଁ ବୋଲି ପୂଜାରୀ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ଯେ, ପୂଜାରୀ ମହୋଦୟ ସ୍ଥାନୀୟ ଅଞ୍ଚଳର ଏମ୍‌ପି ଅଛନ୍ତି। ଗଙ୍ଗାଧର ଜଳସେଚନ ପ୍ରକଳ୍ପ ଅଗ୍ରଗତି ନେଇ ନିଜେ ସମୀକ୍ଷା କରିପାରିବେ। ଏକାଧିକ ଆସନରେ ଲଢିବା ପରମ୍ପରା କ’ଣ ଭାଜପାରେ ନାହିଁ। ବିଗତ ଦୁଇ ବର୍ଷରେ ବିଜେପୁର ବିକାଶଧାରା ଦ୍ରୁତଗତିରେ ହୋଇଛି। ତେଣୁ ଭୋଟ ସମୟରେ ବାକ୍ୟ ଆକ୍ରମଣରୁ ଭାଜପା ନେତାମାନେ ଦୂରେଇ ରୁହନ୍ତୁ ବୋଲି ଦେବେଶ କହିଛନ୍ତି। ଅପରପକ୍ଷରେ କଂଗ୍ରେସ ନେତା ସୁର ରାଉତରାୟ ଉଭୟ ବିଜେଡି, ଭାଜପାକୁ ସମାଲୋଚନା କରିଛନ୍ତି। ସୁର କହିଛନ୍ତି ଯେ, ବିଜେପୁରବାସୀଙ୍କୁ ବିଜେଡି ପ୍ରତାରିତ କରିବା ଛଡା ଆଉ କିଛି ଦେଇନାହିଁ। ଦୀର୍ଘଦିନର ଶାସନ ସତ୍ତ୍ୱେ ସେଠାକାର ବିକାଶ ହୋଇନାହିଁ। ସେହିଭଳି ଭାଜପା ନେତାମାନେ ବଡ ବଡ କଥା କହୁଛନ୍ତି, ହେଲେ ସ୍ଥାନୀୟ ଅଞ୍ଚଳରେ କୌଣସି ଉଲ୍ଲେଖନୀୟ ଅବଦାନ ନାହିଁ। ତେଣୁ ବିଜେଡି-ଭାଜପାର କଂଗ୍ରେସ ହିଁ ପ୍ରକୃତ ବିକଳ୍ପ ବୋଲି ସୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri