ପିଡିଏସ୍‌ ଲାଇସେନ୍ସ : ଏସ୍‌ଏଚ୍‌ଜିକୁ ଅଗ୍ରାଧିକାର ମିଳିବା ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର,୩୦ା୯ : ପିଡିଏସ୍‌ (ସାଧାରଣ ବଣ୍ଟନ ବ୍ୟବସ୍ଥା)ରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ଲାଇସେନ୍ସ ଦେବା କ୍ଷେତ୍ରରେ ଅଗ୍ରାଧିକାର ମିଳିବ। ଏହାପରେ ଗ୍ରାମପଞ୍ଚାୟତ ଏବଂ ପୌରାଞ୍ଚଳ ସଂସ୍ଥାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ପୂର୍ବରୁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ ୨୦୧୬ର ଧାରା-୪(୩) ଅନୁସାରେ ଗ୍ରାମପଞ୍ଚାୟତ, ପୌରାଞ୍ଚଳ ସଂସ୍ଥା ଏବଂ ଶେଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଲାଇସେନ୍ସ ପ୍ରାପ୍ତି ପାଇଁ ଅଗ୍ରାଧିକାର ଦିଆଯାଉଥିଲା। ରାଜ୍ୟ ସରକାର ବର୍ତ୍ତମାନ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି। ଯେଉଁ ମହିଳା ଗ୍ରୁପ ବ୍ୟାଙ୍କରୁ ଋଣ ନେଇ ଠିକ୍‌ ଭାବରେ କାର୍ଯ୍ୟ ଚଳାଇଥିବେ ସେମାନଙ୍କୁ ବିଶେଷ ପ୍ରାଧାନ୍ୟ ମିଳିବ। ଏହାଛଡ଼ା ଯଦି ପିଡିଏସ୍‌ ଲାଇସେନ୍ସ ପାଇଁ ଆବେଦନ କରୁଥିବା କୌଣସି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭଲ ବାଣିଜ୍ୟ ବେପାର କରୁଥିବ ସେଠାରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଏଭଳି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସେପ୍ଟେମ୍ବର ୨୧ ତାରିଖରେ ମୋହର ମାରିଛନ୍ତି। ମହିଳାମାନଙ୍କୁ ସ୍ବାବଲମ୍ବୀ ଏବଂ ନାରୀ ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏପରିକି ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିବା ଦିନ ହିଁ ସବୁ ଜିଲାପାଳଙ୍କ ନିକଟକୁ ନିର୍ଦ୍ଦେଶ ପଠାଇ ଦିଆଯାଇଛି। କିନ୍ତୁ ପ୍ରାୟତଃ ରାଜ୍ୟର ସବୁ ସ୍ଥାନରେ ଅର୍ଥାତ୍‌ ୫ ହଜାର ସରକାରୀ କିମ୍ବା ୭ ହଜାର ଘରୋଇ ଡିଲର ରହିଛନ୍ତି। ଏଭଳି ସ୍ଥିତିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କେଉଁ ସ୍ଥାନରେ ପ୍ରାଧାନ୍ୟ ମିଳିବ ସେନେଇ କୌଣସି ବିଧିବଦ୍ଧ ବ୍ୟବସ୍ଥା କରାଯାଇନାହିଁ। ଜଣେ ସରକାରୀ ଅଧିକାରୀଙ୍କ କହିବା କଥା, ଯଦି କୌଣସି ସ୍ଥାନରେ ଡିଲର ନ ଥିବେ ସେହି ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଅନ୍ୟପଟେ ଯଦି କୌଣସି ଡିଲର ବିରୋଧରେ ଅନିୟମିତତା ଅଭିଯୋଗ ପ୍ରମାଣିତ ହୁଏ, ସେହି ସ୍ଥାନରେ ମଧ୍ୟ ଅଗ୍ରାଧିକାର ମିଳିବ। କିନ୍ତୁ ଯାହା ମନେ ହେଉଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର ମିଳିବା ଭଳି ଦେଖାଯାଉନାହିଁ। କାରଣ ଦୁର୍ନୀତି ଅଭିଯୋଗ ସତ୍ତ୍ୱେ ସରକାର ଘରୋଇ ଡିଲରଙ୍କୁ ନ ହଟାଇ ସେମାନଙ୍କ କାର୍ଯ୍ୟ ଅବଧି ବଢ଼ାଇ ଚାଲିଥିବାରୁ ଉପରୋକ୍ତ ନିଷ୍ପତ୍ତି କିପରି କାର୍ଯ୍ୟକାରୀ ହେବ ତାହା ସରକାରୀ ମହଲରେ ଆଲୋଚନା ହେଉଛି।
ସୂଚନାଯୋଗ୍ୟ ପିଡିଏସ୍‌ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡିକରେ ନିମ୍ନମାନର ଚାଉଳ ପ୍ରଦାନ କରାଯାଉଥିବା ଅଭିଯୋଗ କ୍ରମେ ଘରୋଇ ଡିଲରମାନଙ୍କୁ ହଟାଇବା ପାଇଁ ଫେବୃୟାରୀ ୨୦୧୮ରେ ସବୁ ଜିଲାପାଳଙ୍କୁ ତତ୍କାଳୀନ ରାଜ୍ୟ ଖାଦ୍ୟ କମିଶନର ରଙ୍ଗଲାଲ ଜାମୁଡା ଚିଠି କରିଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଖୋଦ୍‌ ସରକାର ରାଜି ହେଲେନାହିଁ। ଘରୋଇ ଡିଲରଙ୍କୁ ହଟାଇବା ଲାଗି ୨୦୧୮ ମାର୍ଚ୍ଚ ୧୫ ଶେଷ ତାରିଖ ଥିଲା। କିନ୍ତୁ ଠିକ୍‌ ଏହାର ଦିନକ ଆଗରୁ ଅର୍ଥାତ୍‌ ୧୪ ମାର୍ଚ୍ଚ ୨୦୧୮ରେ ସରକାର କ୍ୟାବିନେଟ୍‌ ବୈଠକ ଡକାଇ ଘରୋଇ ଡିଲରଙ୍କ ସମୟ ଅବଧି ଗୋଟିଏ ବର୍ଷ ବଢାଇ ଦେଇଥିଲେ। ତଦନୁଯାୟୀ ୧୫ ମାର୍ଚ୍ଚ ୨୦୧୯ ଶେଷ ତାରିଖ ହୋଇଥିବାବେଳେ ସାଧାରଣ ନିର୍ବାଚନ ନିକଟତର ଥିଲା। ତେଣୁ ଦୁଇମାସ ପୂର୍ବରୁ ଅର୍ଥାତ୍‌ ୫ ଜାନୁୟାରୀ ୨୦୧୯ରେ ସରକାରଙ୍କ ପକ୍ଷରୁ ପୁଣି କ୍ୟାବିନେଟ୍‌ ବୈଠକ ବସି ଉକ୍ତ ସମୟ ଅବଧିକୁ ୧୫ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେଣୁ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ସମାଲୋଚନା କରିଥିଲେ। ପ୍ରାୟତଃ ଶାସକ ଦଳର କର୍ମୀମାନେ ଘରୋଇ ଡିଲର ହୋଇଥିବାରୁ ସେମାନଙ୍କୁ କାଢ଼ି ଅସନ୍ତୁଷ୍ଟ କରିବାକୁ ସରକାର ଚାହୁଁ ନ ଥିବା କଂଗ୍ରେସ ନେତା ଶରତ ରାଉତ କହିଛନ୍ତି।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଯଦି ଘରୋଇ ଡିଲରମାନେ ଦୁର୍ନୀତି କରୁଥିବା ଖୋଦ୍‌ ଖାଦ୍ୟ କମିଶନର ଅଭିଯୋଗ କରିଛନ୍ତି, ତେବେ ରାଜ୍ୟ ସରକାର ଏହାକୁ କାହିଁକି ପ୍ରୋତ୍ସାହନ ଯୋଗାଉଛନ୍ତି। ଏହି ସଂସ୍ଥାଗୁଡିକ ସାଧାରଣ ଲୋକଙ୍କ ସହିତ ଜଡିତ। ତେଣୁ ଏଠାରେ କାହିଁକି ସରକାର ଦୁର୍ନୀତିଖୋର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ସେମାନଙ୍କୁ ସୁଯୋଗ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ଆଜି ଆସୁଛନ୍ତି ଶାହା, ଟାର୍ଗେଟରେ…

ଭୁବନେଶ୍ୱର,୨୫।୪: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ତାଙ୍କ ଗସ୍ତକୁ ନେଇ ଓଡିଶା ଭାଜପା ଶିବିରରେ ଉତ୍ସାହର ମାହୋଲ...

ନାମାଙ୍କନର ୯ ଘଣ୍ଟା ମଧ୍ୟରେ ଟିକେଟ କଟିଲା

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri