ଭୋଟ ପୂର୍ବରୁ କୃପାଭିକ୍ଷା

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ଆଉ ମାତ୍ର କେଇ ଘଣ୍ଟା ପରେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହେବ ଇଭିଏମ୍‌ରେ। ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ହନୁମାନଙ୍କ ଶରଣ ନେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ କେଜରିଓ୍ବାଲ କନ୍ନଟ ପ୍ଲେସ୍‌ରେ ଥିବା ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିବା ଦେଖାଯାଇଛି। ସେହିପରି ଦିଲ୍ଲୀର ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟ ମନୋଜ ତିଓ୍ବାରୀ କାଲକାଜି ମନ୍ଦିର ଯାଇ ଈଶ୍ୱରଙ୍କ କୃପାଭିକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ଆସନ ପାଇଁ ୮ ତାରିଖ ଶନିବାର ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ଆସନ୍ତା ୧୧ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ।

Share