ଭୋଜି କରିବାକୁ ଯାଇ ଆଉ ଫେରିଲେନି ନିତାଇ: ସ୍ତ୍ରୀ ଫୋନ କରିବାକୁ ମାଲିକ କହିଲେ…

ମହାକାଳପଡ଼ା,୩।୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଏକ ଜଙ୍ଗଲରୁ ସନ୍ଦେହଜନକ ଭାବେ ଏକ ମୃତଦେହ ମିଳିଛି। ମୃତକ ଜଣଙ୍କ ହେଲେ ପୂର୍ବ ସୁନିତି ବୋବାଙ୍ଗ ଡିହ ଗ୍ରାମର ନିତାଇ ମାନ୍ନା(୩୫)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଦ୍ୟାବଧି ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଶୁକ୍ରବାର ରାତିରେ ନିକଟରେ ଏକ ଚାଳିଆ ଘରେ ଭୋଜିଭାତ ହୋଇଥିବା ଅଞ୍ଚଳରେ ଆଲୋଚନା ହେଉଛି। ଅପରପକ୍ଷରେ ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଦାଗ ହୋଇଥିବା କୁହାଯାଉଛି। ତନ୍ତିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକ ମାନଙ୍କୁ ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ମୃତ ନିତାଇଙ୍କ ପତ୍ନୀ ଯମୁନା ମାନ୍ନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି,ମୋ ସ୍ବାମୀ ବୁଦ୍ଧଦେବ ଗିରିଙ୍କ ମାଛ ଧରିବା ବୋଟରେ କାର୍ଯ୍ୟ କରନ୍ତି। ଶୁକ୍ରବାର ରାତିରେ ବୋଟ ମଲିକ ପୁଅ ସୁମନ୍ତ ଗିରି ଭୋଜି ଖାଇବା ପାଇଁ ମୋ ପୁଅକୁ ତାଙ୍କ ଘରକୁ ଡାକିଥିଲେ। ପୁଅ ଭୋଜି ଖାଇ ଘରକୁ ଫେରିଥିଲେ। ହେଲେ ସ୍ବାମୀ ଫେରି ନ ଥିଲେ। ମୁଁ ଫୋନ ଯୋଗେ ମାଲିକ ବୁଦ୍ଧଦେବଙ୍କୁ ସ୍ବାମୀ ଘରକୁ ଫେରିବା ନେଇ କହିଥିଲେ। ମାଲିକ କହିଥିଲେ ସେ ଯିବେ। ରାତିରେ ଶୋଇବା ପରେ ସ୍ବାମୀ ଆସି ନ ଥିଲେ। ହେଲେ ଶନିବାର ସକାଳେ ଜଙ୍ଗଲ ପାଶର୍‌ବରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ଦେଖିଲି। ପରେ ତାଙ୍କ ଶରୀରରେ ବିଦ୍ୟୁତ କରେଣ୍ଟ ଲାଗିଲା ଭଳି ଜଣାପଡୁଛି। ନ୍ୟାୟ ଦାବିରେ ତନ୍ତିଆପାଳ ସାମୁଦ୍ରିକ ପୋଲିସକୁ ଗୁହାରୀ ଜଣାଇବା ସହିତ ଶବ ବ୍ୟବଚ୍ଛେଦ କରିବା ପାଇଁ ନିବେଦନ କରିଛନ୍ତି।
ଏ ସଂକ୍ରାନ୍ତରେ ଥାନା ଅଧିକାରୀ ରତିକାନ୍ତ ନାୟକଙ୍କ ମତାମତ ନେବାରେ ତଦନ୍ତ ଆରମ୍ଭ ହୋଇଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ଗୋଚରରେ ଏହି ୩ରାଶିଙ୍କ ବଦଳିଯିବ ଜୀବନ, ଟଙ୍କାରେ ଭର୍ତ୍ତି ହୋଇଯିବ ସିନ୍ଦୁକ!

ବୈଦିକ ଜ୍ୟୋତିଷ ଅନୁସାରେ, କେତୁ ଏକ ଛାୟା ଗ୍ରହ। ଏହାକୁ ଜ୍ଞାନ, ମୋକ୍ଷ ଏବଂ ବିଚ୍ଛିନ୍ନତାର କାରକ ଭାବରେ ବିବେଚନା କରାଯାଏ। ଜାନୁଆରୀରେ କ୍ରୁର ଗ୍ରହ...

ପାଣ୍ଡିଆନଙ୍କୁ ନେଇ ଏମିତି କହିଲେ ଗଣେଶ୍ୱର, କ୍ରାଇମବ୍ରାଞ୍ଚ ଛାଡ଼ି…

ଭୁବନେଶ୍ୱର,୩ା୧: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଗଣେଶ୍ୱର ବେହେରା। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଛାଡ଼ି...

ମନ୍ତ୍ରୀଙ୍କ ବଡ଼ ସୂଚନା: ଚିଲିକାର ପୁନରୁଦ୍ଧାର ପାଇଁ ହେବ DPR

ଭୁବନେଶ୍ୱର,୨।୧: ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ...

India ODI Squad vs NZ: ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଶ୍ରେୟସ ଆୟାର

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ଚୟନକର୍ତ୍ତାମାନେ ତିଲକ ବର୍ମା ଏବଂ...

ବ୍ଲକ କାର୍ଯ୍ୟାଳୟରେ ପଶି ବିଡିଓଙ୍କୁ ଆକ୍ରମଣ: ପ୍ରତିବାଦରେ…

ରାଜନଗର,୩ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଭାଜପା ନେତା ଓ କର୍ମୀମାନେ ଆକ୍ରମଣ ଘଟଣାରେ ଶନିବାର ଦିନତମାମ ବ୍ଲକ ପରିସରରେ ଉତ୍ତେଜନା...

ଥାନା ଅଧିକାରୀଙ୍କ ଦରମା ବନ୍ଦ: ମହଙ୍ଗା ପଡ଼ିଲା…

ତିର୍ତ୍ତୋଲ,୩।୧(ଗୌରାଙ୍ଗ ସ୍ବାଇଁ):ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ଅବମାନନା କାରଣରୁ ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ଦରମା ବନ୍ଦ କରାଯାଇଛିି। ଜଗତସିଂହପୁର ଜିଲାପାଳ, କିଲିପାଳ...

ଦୂତି ଚାନ୍ଦଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ପରିବାର ସହ ଆସୁଥିବାବେଳେ…

କଟକ,୩ା୧: ଦୌଡ଼ରାଣୀ ଦୂତି ଚାନ୍ଦଙ୍କ କାର୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ତାଙ୍କ ପରିବାର ସହ ଆସୁଥିବାବେଳେ କଟକର ତ୍ରିଶୂଳିଆ ବ୍ରିଜ୍‌ ନିକଟରେ କାର୍‌ ଦୁର୍ଘଟଣାର...

ଶୀତଦିନେ ଅମୃତଭଣ୍ଡା ଖାଇବା ଉଚିତ ନା ନୁହେଁ? ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ….

ଅମୃତଭଣ୍ଡା ଏପରି ଏକ ଫଳ ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାର ଅନେକ ଲାଭ ରହିଛି । ଏହା ପାଚନ ଶକ୍ତିକୁ ଶକ୍ତିଶାଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri