ଭୋଜିବେଳେ ଚଢାଉ କଲା ପୋଲିସ: ୩ ବାଇକ୍‌ ସହ ଖାଦ୍ୟ ଜବତ, ନିରାଶ୍ରୟଙ୍କୁ ବଣ୍ଟାଗଲା

ଆସିକା,୩ା୪(ଡି.ଏନ୍‌.ଏ.)- ଆସିକା ଥାନା ମଙ୍ଗଳପୁର ଗ୍ରାମ ଉପକଣ୍ଠ ତୋଟାରେ ଶୁକ୍ରବାର ମଧ୍ୟାହ୍ନରେ ଭୋଜି ଚାଲିଥିବାବେଳେ ପୋଲିସ ଚଢାଉ କରିଥିଲା। ସେଠାରୁ ମାଂସ ତରକାରୀ ସହ ବିଭିନ୍ନ ରୋଷେଇ ସାମଗ୍ରୀ ଓ ୩ ବାଇକ ଜବତ କରିଛି ପୋଲିସ। ପୋଲିସକୁ ଦେଖି ଭୋଜି କରୁଥିବା ଯୁବକମାନେ ଦୌଡି ପଳାଇଥିଲେ। ଭୋଜି ସ୍ଥଳରୁ ଜବତ ଖାଦ୍ୟପଦାର୍ଥକୁ ପୋଲିସ ନିରାଶ୍ରୟଙ୍କ ମଧ୍ୟରେ ବାଣ୍ଟି ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଫେରାର୍‌ ଯୁବକଙ୍କୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।